pr

ପଖାନମୁଣ୍ଡା ଗାଁର ସଡ଼କ ପାଣି କାଦୁଅରେ ପରିପୂର୍ଣ୍ଣ : ପ୍ରଶାସନର ଦୃଷ୍ଟି ନାହିଁ

dr. purohit

ତୁରେକେଲା, (କୈଳାଶ ସଗ୍ରିଆ) : କମେଇମଣ୍ଡା ଗ୍ରା:ପ: ଅନ୍ତର୍ଗତ ପଖାନମୁଣ୍ଡା ଗ୍ରାମ ସଡ଼କ ପାଣି କାଦୁଅରେ ପରିପୂର୍ଣ୍ଣ ହେତୁ ଜନସାଧାରଣଙ୍କ ଯିବା ଆସିବା କରିବାରେ ଅସୁବିଧା ଉପୁଜୁଥିବା ଜଣାପଡିଛି । ପ୍ରହରୀ ମନ୍ଦିର ଠାରୁ କମେଇମୁଣ୍ଡା ଯିବାକୁ ରାସ୍ତା, ପ୍ରହରୀ ମନ୍ଦିର ଠାରୁ ମାନ୍ଦଳା, ପ୍ରହରୀ ମନ୍ଦିରରୁ ତୁରେଇକେଲା ଯିବା ପି,ଡବ୍ଲୁ,ଡି ରାସ୍ତା ପର୍ୟ୍ୟନ୍ତ ଏଭଳି ଅବ‌ସ୍ଥା । ଏନେଇ ଗଉରି ମହିଳା ବିକାଶ ସମିତି ଗୃପର ସଭାନେତ୍ରୀ କନକ ମାଝୀ ସେକ୍ରେଟାରୀ ପୁତନେ ପୂଜାରୀ ଏବଂ ମହିଳା ବୃନ୍ଦ, ନାରୀଶକ୍ତି ଏସ୍‌ଏଚ୍‌ଜିର ସଭାନେତ୍ରୀ କୁନ୍ତଳା ମାଝି, ସେକ୍ରେଟାରୀ ଲିଲି ପୂଜାରୀ ଏବଂ ମହିଳା ବୃନ୍ଦ, ମା’ ଦୁର୍ଗା ଏସ୍‌ଏଚ୍‌ଜିର ସଭାନେତ୍ରୀ ବିଲାସିନି ବାଗ, ସେକ୍ରେଟାରୀ ମଞ୍ଜୁଳା ହାତି ଏବଂ ମହିଳା ବୃନ୍ଦ ଏବଂ କମେଇମୁଣ୍ଡା ଗ୍ରା:ପ: ସରପଞ୍ଚ ଉପ ବାଗ ଅନେକ ଥର ବ୍ଲକ ପ୍ରଶାସନଙ୍କୁ ଜଣାଇଥିଲେ ସୁଦ୍ଧା ଆଜି ପର୍ୟ୍ୟନ୍ତ ଆମର ଗୁହାରି ଶୁଣୁ ନାହାନ୍ତି ବୋଲି ମହିଳା ବୃନ୍ଦ ଏବଂ ଗାଁ ଲୋକେ କହିଛନ୍ତି। ଏଥିପ୍ରତି ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ହେଉଛି ।

nrusinghnath
Leave A Reply

Your email address will not be published.