pr

ସ୍ୱାମୀ ବିବେକାନନ୍ଦ ଜାତୀୟ ଥଇଥାନ ଓ ଗବେଷଣା କେନ୍ଦ୍ରରେ ଅକ୍ୟୁପେସନାଲ୍‌ ଥେରାପିଷ୍ଟଙ୍କ କାର୍ଯ୍ୟକାଳ ସରିବା ପରେ ଶିଶୁ ଦିବ୍ୟାଙ୍ଗମାନେ ଚିକିତ୍ସାରୁ ବଞ୍ଚିତ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାମୀ ବିବେକାନନ୍ଦ ଜାତୀୟ ଥଇଥାନ ଓ ଗବେଷଣା କେନ୍ଦ୍ରରେ ଅକ୍ୟୁପେସନାଲ୍‌ ଥେରାପିଷ୍ଟଙ୍କ କାର୍ଯ୍ୟକାଳ ସରିବା ପରେ ଶିଶୁ ଦିବ୍ୟାଙ୍ଗମାନେ ଚିକିତ୍ସାରୁ ବଞ୍ଚିତ ହେଉଥିବା ଜଣାପଡିଛି । ସୂଚନା ଅନୁସାରେ ନିକଟରେ କାର୍ଯ୍ୟରତ କଣ୍ଟାକ୍ଟଚୁଆଲ୍‌ ଅକ୍ୟୁପେସନାଲ ଥେରାପିଷ୍ଟ ବିଓଟି ରଞ୍ଜିତା ପଣ୍ଡାଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଥିବା ବେଳେ ଏବେ କୁନି କୁନି ପିଲାମାନେ ଚିକିତ୍ସାରୁ ବଞ୍ଚିତ ହେଉଥିବା ଅଭିଭାବକ ମାନେ ଅଭିଯୋଗ ଆଣିଛନ୍ତି । ସୂଚନାଯୋଗ୍ୟ ଯେ, ମାନସିକ ଓ ଶରୀରିକ ଦିବ୍ୟାଙ୍ଗ ଶିଶୁ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଅକ୍ୟୁପେସନାଲ ଥେରାପି ଦ୍ୱାରା ଚିକିତ୍ସା ପ୍ରଦାନ କରାଯାଉଥିବା ବେଳେ ଏବେ ବିଓଟି ରଞ୍ଜିତା ପଣ୍ଡାଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଥିବା ଯୋଗୁଁ ଥେରାପି ପାଇଁ ନିଜ ନିଜ ପିଲାଙ୍କୁ ନେଇ ସ୍ୱାମୀ ବିବେକାନନ୍ଦ ଜାତୀୟ ଥଇଥାନ ଓ ଗବେଷଣା କେନ୍ଦ୍ରକୁ ଆସୁଥିବା ପିତାମାତା ମାନେ ନିରାଶ ହେଉଥିବା ଦେଖିବାକୁ ମିଳିଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଏ ସମ୍ପର୍କରେ ଟ୍ୱିଟର ମାଧ୍ୟମରେ ଅଭିଭାବକ ମାନେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହି ସମସ୍ୟାର ସମାଧାନ କରାଯାଇ ତୁରନ୍ତ ପଦକ୍ଷେପ ନିଆଗଲେ କୁନି କୁନି ଦିବ୍ୟାଙ୍ଗ ପିଲାମାନେ ଉପକୃତ ହୋଇପାରିବେ ବୋଲି ମତ ପ୍ରକାଶ ପାଇଛି ।

nrusinghnath
Leave A Reply

Your email address will not be published.