ପଦ୍ମପୁରରେ ଚାରିଦିନିଆ ଓଡିଶୀ ନୃତ୍ୟ ଦ୍ୱିତୀୟ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଦ୍ଵିତୀୟ ଦିନରେ ସ୍ୱନାମ ଧନ୍ୟ ଓଡିଶୀ ନୃତ୍ୟ ଶିଳ୍ପୀ ବସନ୍ତ ସାହୁ ଓଡିଶୀ ନୃତ୍ୟ କର୍ମଶାଳାରେ ପହଂଚି ମା’ ବାକଦେବୀ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହା ପରେ ସୁଶ୍ରୀ ମମତା ବରିହା ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ ଓ ବିଭିନ୍ନ ମୁଦ୍ରା ବିଷୟରେ ନୃତ୍ୟ ଶିଳ୍ପୀମାନଙ୍କୁ ଶିକ୍ଷାଦାନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ନାଟ୍ୟକାର କେଶ ରଞ୍ଜନ ପ୍ରଧାନ, ନାଟ୍ୟକାର ରାଜେନ୍ଦ୍ର କୁମାର ମହାନ୍ତି, କବି କୁଞ୍ଜ ବିହାରୀ ସରାଫ, ବିକ୍ରମ ସାହୁ, ରମେଶ ଗୁର୍ଲା, ସନ୍ତୋଷ ସିଂହ ଠାକୁର ପ୍ରମୁଖ ବ୍ୟକ୍ତି ବିଶେଷ ପଦାର୍ପଣ କରି ଭୁୟସୀ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.