jayashree

ରକ୍ତ ପୃଥକିକରଣ ମେସିନ କାର୍ଯ୍ୟକ୍ଷମ କରିବା ଦାବୀରେ ଧାରଣା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ର ସ୍ୱେଚ୍ଛାସେବୀ ସଂଗଠନ ନିଷ୍ଠା ପରିବାର ପକ୍ଷରୁ ବରଗଡ଼ ରକ୍ତ ଭଣ୍ଡାରରେ ଥିବା ରକ୍ତ ପୃଥକିକରଣ ୟୁନିଟକୁ କାର୍ଯ୍ୟକ୍ଷମ କରିବା ଦାବୀରେ ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବରଗଡ଼ ସହର ସ୍ଥିତ ପୁରୁଣା ଡାକ୍ତରଖାନା ତଥା ବର୍ତ୍ତମାନର ସିଏଚସି ପରିସରରେ ଥିବା ରକ୍ତ ଭଣ୍ଡାରରେ ଗତ ୫/୧୦/୧୮ରେ ରୋଗୀଙ୍କ ଚିକିତ୍ସା ପାଇଁ ରକ୍ତ ପୃଥକିକରଣ ୟୁନିଟ ସ୍ଥାପନ ହୋଇଥିଲା । ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ଏହାକୁ ଚଳାଇବା ପାଇଁ କୌଣସି ଟେକନିସିଆନ ବା ଅଭିଜ୍ଞ ଡାକ୍ତର ସରକାରଙ୍କ ଦ୍ଵାରା ଯୋଗାଇ ଦିଆଯାଉନଥିବାରୁ ଏହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ । ଫଳରେ କୋଟି କୋଟି ଟଙ୍କାର ମେସିନ୍ ଥିଲେ ମଧ୍ୟ ଗତ ଖାଉଛି । ଏହାକୁ କାର୍ଯ୍ୟକ୍ଷମ କରିବାକୁ ନିଷ୍ଠା ପରିବାର ପକ୍ଷରୁ ଗତ ୧୫/୩/୨୨ରେ ଆନ୍ଦୋଳନ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ବ୍ଲଡ଼ ବ୍ୟାଙ୍କ ଅଧିକାରୀ, ଅତିରିକ୍ତ ବ୍ଲଡ଼ ବ୍ୟାଙ୍କ ଅଧିକାରୀଙ୍କ ଠାରେ ଦାବୀପତ୍ର ପ୍ରଦାନ କରିଥିଲେ । ସେହି ସମୟରେ ଏହି ଦାବୀ ପୂରଣ ପାଇଁ କର୍ତ୍ତୃପକ୍ଷଙ୍କ ଲିଖିତ ପ୍ରତିଶ୍ରୁତି ଦେବା ପରେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇ ପାରିନାହିଁ । ଫଳରେ ଗତକାଲି ନିଷ୍ଠା ପରିବାର ପକ୍ଷରୁ ରକ୍ତ ପୃଥକିକରଣ ୟୁନିଟକୁ କାର୍ଯ୍ୟକ୍ଷମ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ନଦେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.