ସୁକତେଲ ବ୍ରିଜ ଉପରେ ଦୁଇ ମାଲ୍ ବୋଝେଇ ଟ୍ରକ୍‌ ମୁହାଁମୁହିଁ ଧକ୍କା

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଲୋଇସିଂହା ରାସ୍ତାର ଫାସଡ ସୁକତେଲ ବ୍ରିଜ ଉପରେ ଦୁଇ ମାଲ୍‌ ବୋଝେଇ ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଗୁରୁବାର ରାତି ୧୨ଟାରେ ବିଶାଖାପାଟଣାରୁ ରାୟଗଡ଼ ଯାଉଥିବା କୋଇଲା ବୋଝେଇ ମାଲବାହୀ ଟ୍ରକ୍ ସହିତ ସମ୍ବଲପୁରରୁ ବଲାଙ୍ଗିର ଯାଉଥିବା କେମିକାଲ ପାଉଡର ଗୁଣ୍ଡ ବୋଝେଇ ହାଇୱା ମୁହାଁମୁହିଁ ହୋଇଥିଲା । ଫଳରେ ଉଭୟ ପଟରେ ଯାନବାହାନ ଅଟକି ରହିଥିଲା । ଫଳରେ ଦୀର୍ଘ ୬ ଘଣ୍ଟା ଚଳାଚଳ ଠପ୍ ହୋଇଥିଲା । ସକାଳେ ଗୋଟିଏ ଗାଡ଼ିକୁ ରାସ୍ତା ମଝିରୁ ହଟାଇବା ପରେ ଚଳାଚଳ ସ୍ଵାଭାବିକ ହୋଇଛି ।

Leave A Reply

Your email address will not be published.