om academy

ଜବାହରଲାଲ ମହାବିଦ୍ୟାଳୟର ଅଧ୍ୟାପିକା ଆରତି ପଣ୍ଡାଙ୍କ ଦେହାନ୍ତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଟଣାଗଡ ଜବାହରଲାଲ ମହାବିଦ୍ୟାଳୟର ଅଧ୍ୟାପିକା ତଥା ଇଂଜିନିୟର ଶଙ୍କର୍ଷଣ ପଣ୍ଡାଙ୍କ ସ୍ତ୍ରୀ ଆରତି ପଣ୍ଡା(୫୫)ଙ୍କ ଦେହାନ୍ତ ହୋଇଯାଇଛି । ସୂଚନା ଅନୁସାରେ ଶାନ୍ତିପଡା ସ୍ଥିତ ତାଙ୍କ ଘରେ ପଡିଯିବାରୁ ତାଙ୍କ ଗୋଡ ଭାଙ୍ଗି ଯାଇଥିଲା । ଗୋଡରେ ଅସ୍ତ୍ରୋପଚାର ପାଇଁ ଭୁବନେଶ୍ୱରସ୍ଥିତ ହସ୍‌ପିଟାଲକୁ ନିଆଯାଇଥିଲା । କିନ୍ତୁ, ଅସ୍ତ୍ରୋପଚାରର ପ୍ରାକ୍‌ ପ୍ରସ୍ତୁତି ସମୟରେ ହଠାତ୍‌ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା । ସ୍ଥାନୀୟ ଟିଟିଲାଗଡ ରୋଡ ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା । ବଡ଼ପୁଅ ଆକାଶ ମୁଖାଗ୍ନି ଦେଇଥିଲେ । ଶେଷ ସମୟରେ ସ୍ୱାମୀ ଶଙ୍କର୍ଷଣ, ଦୁଇପୁଅ ଆକାଶ ଓ ଅର୍ପିତଙ୍କ ସହ ଭଉଣୀ ଭାରତୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.