ପୁଲିସକୁ ମିଳିଲା ବଡ ସଫଳତା : ୪ ଡକାୟତ ଗିରଫ ସହ ବାଇକ ଓ ଟଙ୍କା ଜବତ

ରାୟଗଡା : ରାୟଗଡା ଜିଲ୍ଲା ଶେଷଖାଲ ପୁଲିସକୁ ମିଳିଲା ବଡ ସଫଳତା ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଗତ ଜାନୁୟାରୀ ୧୦ ତାରିଖରେ ଜଗାଗୁଡା ଓ ବାଲାପାଡୁ ଗ୍ରାମରେ ଗୁଡ ବ୍ୟବସାୟୀଙ୍କୁ ଆକ୍ରମଣ ଓ ୧ ଲକ୍ଷ ୩୦ ହଜାର ଟଙ୍କା ସହ ଗୋଟିଏ ମୋବାଇଲ ଫୋନ ଲୁଟ ମାମଲାରେ ୪ ଡକାୟତ‌ଙ୍କୁ ଗିରଫ କରାଯାଇଥିବା ଏସ୍‌ପି ବିବେକାନନ୍ଦ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ତେବେ ଗିରଫ ଡକାୟତ ଦଳ ପୂର୍ବରୁ ମଧ୍ୟ ଅନେକ ମାମଲାରେ ସଂପୃ‌କ୍ତ ଥିବା ସହ ସେମାନଙ୍କ ଠାରୁ ନଗଦ ୨୦ ହଜାର ଟଙ୍କା ସହ ଦୁଇଟି ବାଇକ ଓ ଚାରୋଟି ମୋବାଇଲ ଫୋନ ଜବତ କରାଯାଇଛି । ଆଜି ସମସ୍ତ ଡକାୟତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.