ସାଉଣ୍ଡ ଓ ଲାଇଟ ଆସୋସିଏସନ ତରଫରୁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର

ଟିଟିଲାଗଡ, (ଗୌରବ ଦର୍ଜୀ) : ସାଉଣ୍ଡ ଓ ଲାଇଟ ଆସୋସିଏସନର ସମସ୍ତ କାର୍ଯ୍ୟକର୍ତା ମାନେ ଆକାରରେ ଟିଟିଲାଗଡ ଉପଜିଲ୍ଲାପାଳଙ୍କୁ ଜଣାଇଛନ୍ତି ଯେ, ବିଗତ ବର୍ଷ ୨୦୨୦ ମାର୍ଚ୍ଚ ମାସଠାରୁ ଆଜି ପର୍ଯ୍ୟନ୍ତ ସାରା ବିଶ୍ୱରେ ମହାମାରୀ ହୋଇଥିବା ଯୋଗୁଁ ସରକାରଙ୍କ (ଉଙଠଓଊ – ୧୯) ସମସ୍ତ ନିୟମ ମାନି ଆମ ସଂଘର ସବୁ ମାଲିକ ମାନେ ନିଜ ନିଜର ବ୍ୟବସାୟ ବନ୍ଦ କରିଛନ୍ତି । ଯାହା ଦ୍ୱାରା ତାଙ୍କର ଦୀର୍ଘ ଦିନ ହେଲା ବିଭିନ୍ନ ଆର୍ଥିକ ସମସ୍ୟା ସମ୍ମୁଖୀନ ହୋଇ ମାନସିକ ସ୍ତରରେ ଦୁର୍ବଳ ହୋଇ ପଡ଼ିଲାଣି । ମାଲିକ ଓ କର୍ମଚାରୀ ମାନଙ୍କର ପରିବାର ଆର୍ଥିକ ଦୂର୍ଦିନରେ ଗତି କରୁଛନ୍ତି । ଏଣୁ ଅଧିକାଂଶ ମାଲିକ ମାନେ ସାଉଣ୍ଡର ଯନ୍ତ୍ରପାତି ପାଇଁ କରିଥିବା ବ୍ୟାଙ୍କ ଋଣ ସହିତ ଗାଡିର କିସ୍ତି ଟଙ୍କା କିପରି ପରିଶୋଧ କରିବେ । ସେମାନଙ୍କ ପାଖରେ ଅନେକ ଶ୍ରମିକମାନେ କାମ କରି ତାଙ୍କ ପରିବାରର ଭରଣ ପୋଷଣ କରୁଥିଲେ । ବର୍ତମାନ ସେମାନଙ୍କ ବ୍ୟବସାୟ ବନ୍ଦ ଥିବାରୁ ତାଙ୍କ ପାଖରେ କାମ କରୁଥିବା ଶ୍ରମିକ ମାନେ ଜୀବିକା ହରାଇ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି । ଧୀରେ ଧୀରେ ଦୋକାନ ବଜାର ଏବଂ ବିଭିନ୍ନ ଫାକ୍ସି, ସୋପିଙ୍ଗ ମଲ, ମଦ ଦୋକାନ, ରେସ୍ତୋରେଣ୍ଟ, ଗାଡ଼ି ମଟର ଏପରି ଅନେକ ବ୍ୟବସାୟ ଭିତ୍ତିକ ଅନୁଷ୍ଠାନ ଖୋଲିସାରିଲାଣି । ଏପରିକି ବିବାହ କାର୍ଯ୍ୟ ଓ ପର୍ବ ପର୍ବାଣି ମଧ୍ୟ ଅନୁଷ୍ଠିତ ହୋଉଛି । ତାଙ୍କର ବ୍ୟବସାୟ ରତୁକାଳୀନ ହୋଇଥିବା ବେଳେ କେବଳ ବାହାଘର ଏବଂ ପର୍ବ ପର୍ବାଣି ଉପରେ ନିର୍ଭରଶୀଳ ଥାଆନ୍ତି । ଏଣୁ ବାଜା ଓ ସାଉଣ୍ଡ ମାଲିକ ସଂଘ ତଥା କର୍ମଚାରୀ ମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ, ସେମାନଙ୍କ ଆର୍ଥିକସ୍ଥିତିରେ ସୁଧାର ପୂର୍ବକ ସରକାରୀ ସ୍ତରରେ ଲାଗିଥିବା କଟକଣାକୁ ପ୍ରତିହାର କରି ସେମାନଙ୍କ ବ୍ୟବସାୟ କାର୍ଯ୍ୟ ତୁଲାଇବା ପାଇଁ ଅନୁମତି ପ୍ରଦାନ କରିବ ପାଇଁ ଦାବୀ କରିଥିଲେ । ଆଜି ଲାଇଟ୍ ଓ ସାଉଣ୍ଡ ଏସୋସିଏସନ୍‌ର ସଦସ୍ୟ ମାନେ ଟିଟିଲାଗଡ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ମାର୍ଚ୍ଚ କରି ଉପଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମନିସ ସୁନା, ସୀମାନ୍ ଜାଲ, ରଶିକ ପୋଡ, ତ୍ରିଲୋଚନ ନାୟକ, ମୁରଲୀ ପଟେଲ, ନାରାୟଣ ବଗର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.