pr

ନକଲି ଆଦିବାସୀ ହଟାଓ ଦାବୀରେ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶା ଆଦିବାସୀ ମହାସଂଘର ବରଗଡ଼ ଶାଖା ତରଫରୁ ପାଇକମାଲ ନୃସିଂହନାଥ ଧର୍ମଶାଳାଠାରୁ ବରଗଡ ଜିଲ୍ଲା ସଭାପତି ଗୋବିନ୍ଦ ବରିହାଙ୍କ ତତ୍ତ୍ବାବଧାନରେ ଏକ ଶୋଭାଯାତ୍ରାରେ ବାହାରି ପାଇକମାଲ ବ୍ଲକ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । ଏଥିରେ ପ୍ରାୟ ଦୁଇ ହଜାର ମହିଳା ଓ ପୁରୁଷ ବିଭିନ୍ନ ପ୍ରକାର ନାରା ଦେଇ ପ୍ଲା କାର୍ଡ ଧରି ସ୍ଲୋଗାନ ଦେଇ ପାଇକମାଲ ସହର ପରିକ୍ରମା କରିଥିଲେ । ପାଇକମାଲ ବ୍ଲକ୍ ପହଞ୍ଚିବା ପରେ କାର୍ଯ୍ୟାଳୟ ପରିସରରେ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ ଜିଲ୍ଲା ସଭାପତି ଗୋବିନ୍ଦ ବରିହାଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଛି । ଏଥିରେ ସଂଘର ପ୍ରତିଷ୍ଠାତା ଗୋବର୍ଦ୍ଧନ ଭୋଏ, ପାଇକମାଲ ବ୍ଲକ ସଭାପତି ଚେରୁ ବରିହା, ସତ୍ୟାନନ୍ଦ ବୁଡେକ, ସୁରେନ୍ଦ୍ର ପ୍ରତାପ ସିଂହ ବରିହା, ରୁକଧର ନାୟକ, ତ୍ରିପୁରା ବରିହା, ମଙ୍ଗନ ବରିହା, ପଦ୍ମପୁର ବ୍ଲକ ସଭାପତି ବାମନ ଧରୁଆ, ଝାରବନ୍ଧ ବ୍ଲକର ଯୋଗେନ୍ଦ୍ର ବରିହା, ତ୍ରିଲୋଚନ ଭୁଏ, ଦୁର୍ଜନ ସିଂ ବରିହା, ଶଶିଭୂଷଣ ଭୂଷଣ ବରିହା, ପ୍ରକାଶ ବରିହା ପ୍ରମୁଖ ଅତିଥି ଭାବରେ ଯୋଗଦେଇ ନିଜ ନିଜର ମତବ୍ୟକ୍ତ କରିବା ସହ ୧୩ ଦଫାକୁ ପୁଙ୍ଖାନୁପୁଙ୍ଖ ଉପସ୍ଥିତ ଜନତାଙ୍କୁ ଶୁଣାଇଥିଲେ । ତନ୍ମମଧ୍ୟରୁ ସଂଜୀବ ବାରିକ ନାମକ ଓବିସି ବ୍ୟକ୍ତି ନିଜକୁ ସଂଜୀବ ବରିହା ବୋଲି ବିଂଝାଲ ଜାତିର ପରିଚୟ ଦେବା ବର୍ତ୍ତମାନ ସେ ପାଇକମାଲ ବ୍ଲକରେ ଭାଇସ ଚେୟାରମେନ ଥିବାରୁ ତାଙ୍କର ଜାତି ପ୍ରମାଣ ପତ୍ର ଯାଞ୍ଚ କରି ସଭ୍ୟ ପଦ ରଦ୍ଦ କରିବା, ପାଇକମାଲ ବ୍ଲକ ବିଏଲସିଙ୍କୁ ଅଫିସ ଭିତରେ ନିର୍ୟ୍ୟାତନା ଦେବା ଏବଂ ଏ ନେଇ ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ଅଭିଯୁକ୍ତଙ୍କୁ ଗିରଫ କରିବା, ତହସିଲଦାରଙ୍କ କାର୍ଯ୍ୟାଳୟରେ ପଡି ରହିଥିବା ରାଜସ୍ବ ମକଦ୍ଦମା ଗୁଡିକ ଫଇସଲା କରି ଆଦିବାସୀ ମାନଙ୍କୁ ଶୀଘ୍ର ଜମି ପ୍ରଦାନ କରିବା, ଭୂମିହୀନ ଆଦିବାସୀଙ୍କୁ ଶୀଘ୍ର ୪ ଡିସିମିଲ ଘରଡିହ ସହିତ ଜମି ପ୍ରଦାନ କରିବା, ଜଙ୍ଗଲ ଜମି ପଟା ପ୍ରଦାନ କରିବା, ପାଇକମାଲ ଥାନା କେସ ନମ୍ବର ୧୬୩ /୨୩ର ଗଣ ଦୁଷ୍କର୍ମ ଶିକାର ହୋଇ ଥିବା ନାବାଳିକା ପରିବାରକୁ ଦଶଲକ୍ଷ ଟଙ୍କା ପ୍ରଦାନ କରିବା ଇତ୍ୟାଦି ୧୩ ଦଫା ଦାବୀ ମହାସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ସରକାରଙ୍କୁ ଦେବା ପାଇଁ ପଦ୍ମପୁର ଉପ ଜିଲ୍ଲାପାଳ ସଦାକର କୁମ୍ଭାରଙ୍କୁ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ତରଫରୁ ପ୍ରଦାନ କରାଯାଇଥିଲା । ଏହି ସମୟରେ ପାଇକମାଲ ତହସିଲଦାର ଅକ୍ଷୟ କୁମାର ବାଗ, ଏସ୍‌ଡିପିଓ ବିଭୁତି ଭୂଷଣ ଭୋଇ, ବିଡିଓ ସୁରେନ୍ଦ୍ର ନାଥ ସାହୁ, ପାଇକମାଲ ଥାନା ଅଧିକାରୀ ସୁଶାନ୍ତ କୁମାର ବଢ଼େଇ ପ୍ରମୁଖ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.