ଅଘୋଷିତ ବିଦ୍ୟୁତ୍ କାଟ୍ ପ୍ରତିବାଦରେ ଦାବୀପତ୍ର ଦେଲା ପତ୍ରକାର ସଙ୍ଘ

  • ନିୟମିତ ବିଦ୍ୟୁତ୍ ସେବା ନ ଯୋଗାଇଲେ ହେବ ଆନ୍ଦୋଳନ

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମାଞ୍ଚଳ ମାନଙ୍କରେ ଅଘୋଷିତ ବିଦ୍ୟୁତ୍ କାଟ ସାଙ୍ଗକୁ ଗୁଳୁଗୁଳିରେ ଲୋକେ ଅତିଷ୍ଟ ହୋଇ ଗଲେଣି । ଅଳ୍ପ ବର୍ଷା ହେଉ କି ଘଡଘଡି ହେଉ ଯାହା ପାଇଁ ହଠାତ୍ ବିଦ୍ୟୁତ୍ କାଟ ହୋଇ ଯାଉଥିବା ଅଭିଯୋଗ ହୋଇଛି । ଦିନରାତି ବିଦ୍ୟୁତ୍ କାଟ୍ ହେବା ହେତୁ ଉପଭୋକ୍ତା ମହଲରେ ଅଶାନ୍ତିର ବାତାବରଣସୃଷ୍ଟି ହେଉଛି । ସାମାଜିକ ଗଣମାଧ୍ୟମରେ ଲୋକେ ଟାଟା ପାୱାର ବିରୋଧରେ ସ୍ୱର ଉଠାଇଲେଣି । ଏହି ପ୍ରତିବାଦରେ ଓଡ଼ିଶା ପତ୍ରକାର ସଙ୍ଘ ବଲାଙ୍ଗିର ଜିଲ୍ଲା ସଭାପତି ତୁଳସି ରାମ ଜଗତଙ୍କ ନେତୃତ୍ୱରେ ଗୁରୁବାର ପୂର୍ବାହ୍ନ ୧୧ଟା ସମୟରେ ବିଭାଗୀୟ ଏସ୍‌ଡିଓଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ନିୟମିତ ବିଦ୍ୟୁତ୍ ସେବା ନ ଯୋଗାଇଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସଙ୍ଘ ଓ ଉପସ୍ଥିତ ଉପଭୋକ୍ତାଙ୍କ ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଇଛି । ସେପଟେ ବିଭାଗୀୟ ଅଧିକାରୀ ବିଦ୍ୟୁତ୍ ସେବା ସ୍ୱଭାବିକ ଓ ନିୟମିତ ଯୋଗାଇ ଦେବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବସରରେ ସଂଘର କର୍ମକର୍ତ୍ତା ଯୁଗଳ କିଶୋର ଶବର, ମୋହନ ସୁନା, ବିକାଶ ଶର୍ମା, ପିତାମ୍ବର ଦୀପ, ରାକେଶ ସରାଫଙ୍କ ସହ ସାମାଜିକ କର୍ମୀ ସୁରଥ ବେହେରା, ସାଇ ଭାଈ, ରାଜେନ୍ଦ୍ର ଦୀପ, ନରେନ୍ଦ୍ର ଦୀପ, ରାଜ ସୁନା, ଲମ୍ବୋଦର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.