
କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇ କଣ୍ଟାବାଞ୍ଜି ଜୋନାଲ କମିଟି ବୃନ୍ଦ ରାଜ୍ୟରେ ଧନୀ ଲୋକ ମାନେ ହିଁ ଉନ୍ନତି କରୁଥିବା ବେଳେ ଗରିବ ଲୋକ ସବୁଦିନେ ଗରିବ ହୋଇ ରହିଛନ୍ତି । ସରକାର ଗରିବଙ୍କ ପ୍ରତି ଅବହେଳିତ ହୋଇ ରହିଛନ୍ତି । ଯାହା ଫଳରେ ଗରିବଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଏଭଳି ତାରତମ୍ୟକୁ ସିପିଆଇ ବିରୋଧ କରେ ବୋଲି ଆଜି କଣ୍ଟାବାଞ୍ଜି ତହସିଲଦାର କାର୍ଯ୍ୟାଳୟ ଘେରାଉ ଅବସରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସହସମ୍ପାଦକ ଗୋପାଳ ଭୋଇ କହିଛନ୍ତି ଯେ, ପ୍ରବଳ ଖରା ତାତି ହେତୁ ହେଉଥିବା ବେଳେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଅତି ବୃଦ୍ଧବୃଦ୍ଧା ମାନେ ଯୋଗ ଦେଇଥିଲେ । ତେଣୁକରି ରାଲି କରାଗଲା ନାହିଁ । ଆଜି ସମସ୍ତେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଓ ୧୨ ଦଫା ଦାବୀ ପୂରଣ କରିବା ପାଇଁ ଅନୁରୋଧ କରିବା ସହ ଅତିରିକ୍ତ ତହସିଲଦାରଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ଭାରତୀୟ କ୍ଷେତ ମଜଦୁର ୟୁନିଅନ ପକ୍ଷରୁ ଏହି ସମସ୍ୟାର ସମାଧାନ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଦାବୀ ଗୁଡିକ ହେଲା
୧- ସମସ୍ତ ଆଦିବାସୀ ଦଳିତ ମାନଙ୍କୁ ଦଖଲ ଜମିର ପଟ୍ଟା ପ୍ରଦାନ କରିବା
୨ – ବାଦ ପଡିଥିବା ଗରିବ ଲୋକଙ୍କୁ ରାସନ କାର୍ଡ ଯୋଗାଇ ଦେବା
୩ – ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩ ଲକ୍ଷ ଟଙ୍କା ମଞ୍ଜୁର କରି ସମସ୍ତ ଗରିବ ଲୋକଙ୍କୁ ଘର ଯୋଗାଇ ଦେବା
୪ -ସମସ୍ତ ଆଦିବାସୀ, ଦଳିତ, ମୁଳିଆ, ଚାଷୀ ମାନଙ୍କୁ ୫୫ ବର୍ଷରୁ ୩ ହଜାର ଟଙ୍କା ପେନସନ ଦେବା ପାଇଁ
୫ – ମୂଲିଆ ମାନଙ୍କୁ ୨୦୦ ଦିନର କାମ ଯୋଗାଇ ଦେଇ ୬ ସହ ଟଙ୍କା ମଞ୍ଜୁରୀ ଧାର୍ଯ୍ୟ
୬ – ଆଦିବାସୀ, ଦଳିତ ଓ କ୍ଷେତ ମଜଦୁର ମାନଙ୍କ ଉପରେ ହେଉଥିବା ସାମାଜିକ ନିର୍ଯ୍ୟାତନା ବନ୍ଦ କରିବା
୭ – ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ଦାମ ବୃଦ୍ଧିକୁ ରୋକିବା ଓ କଣ୍ଟ୍ରୋଲ ଦୋକାନ ଜରିଆରେ ସମାଗ୍ରୀ ଯୋଗାଇ ଦେବା
୮ -ସମସ୍ତ କୃଷି କରଜ ଛାଡ
୯ – ଧାନ କୁଇଣ୍ଟାଲ ପିଛା ୩ ହଜାର ଟଙ୍କା ଧାର୍ଯ୍ୟ କରିବା
୧୦ – ଜଳସେଚନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା
୧୧ – କ୍ଷେତ ମଜଦୁରମାନଙ୍କ ପାଇଁ କେନ୍ଦ୍ରୀୟ ଆଇନ ପ୍ରଣୟନ କରିବା
୧୨ – ବି. ପି. ଏଲ. କାର୍ଡ ସମସ୍ତଙ୍କୁ ପ୍ରଦାନ କରିବାକୁ ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି ।
ଏହି ଅବସରରେ ଅର୍ଣ୍ଣପୂର୍ଣ୍ଣା ପୁଟେଲ, ପୁଷ୍ପା ନାଗ, ମମତା ପଟ୍ଟନାୟକ, ସତୀ ବନଛୋର, ଅମ୍ବିକା ପଣ୍ଡା, ଗୋବର୍ଦ୍ଧନ ଅଦା, ଦେବାରଚନ୍ଦ୍ର ହଂସ, ସୁଧୀର ପଣ୍ଡା, ପାଣ୍ଡବ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଦୀର୍ଘ ବର୍ଷ ଧରି ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସହସମ୍ପାଦକ ଗୋପାଳ ଭୋଇ ଗରିବଙ୍କ ହକ ପ୍ରଦାନ ପାଇଁ ଲଢେଇ ଜାରି ରଖିଛନ୍ତି । କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବାରେ ଅବହେଳା କରୁଥିବା ଯୋଗୁଁ ଏପର୍ଯ୍ୟନ୍ତ ସମସ୍ୟା ହିଁ ସମସ୍ୟା ହୋଇ ରହିଯାଇଛି ବୋଲି ଅଭିଯୋଗ କହିଥାନ୍ତି । ଏଥିପ୍ରତି ପ୍ରଶାସନ ଏହାର ସୁ-ବିଚାର କରି ତୁରନ୍ତ ଦୃଷ୍ଟି ଆକର୍ଷଣ କରାଯାଉ ବୋଲି ବିକ୍ଷୋଭକାରୀ ବୃନ୍ଦ ଦାବୀ କରିଛନ୍ତି ।