ls

ଅକାମୀ ହୋଇ ପଡି ରହିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟାଳୟକୁ ଜେଏମ୍‌ଏଫ୍‌ସି କୋର୍ଟ କରାଯିବା ପାଇଁ ଦାବୀ

2020

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ତହସିଲ କାର୍ୟ୍ୟାଳୟ ନିକଟରେ ଜର୍ଜଗଡ ଠାରେ ଅକାମୀ ହୋଇ ପଡି ରହିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ୟ୍ୟାଳୟକୁ ଜେଏମ୍‌ଏଫ୍‌ସି କୋର୍ଟ କରାଯିବା ପାଇଁ ଦାବୀ ହେଉଛି । ପାଇକମାଲ ଓକିଲ ସଂଘ ଓ ନାଗରିକ କମିଟି ତରଫରୁ ଏକ ଦାବୀ ପତ୍ର ପଦ୍ମପୁର ଉପ ଜିଲ୍ଲାପାଳଙ୍କୁ ପଠାଯାଇଛି । ପ୍ରକାଶ ଥାଉକି, ପାଇକମାଲ ବ୍ଲକର ପୁରୁଣା କାର୍ଯ୍ୟାଳୟ ଗୃହକୁ ମରାମତି କରାଯାଇ ସେଠାରେ ଅସ୍ଥାୟୀ ଭାବରେ ଜେଏମ୍‌ଏଫ୍‌ସି କୋର୍ଟ ସ୍ଥାପନ କରାଯିବାର କାର୍ୟ୍ୟକ୍ରମ ରହିଛି । କିନ୍ତୁ ପୁରୁଣା କାର୍ଯ୍ୟାଳୟକୁ ମରାମତି ପାଇଁ ୧୭ଲକ୍ଷ ଟଙ୍କାର ବ୍ୟୟରେ ଅଟକଳ ହୋଇଥିଲେ ସୁଦ୍ଧା ପ୍ରଶାସନ ଟଙ୍କା ରିଲିଜ୍ କରୁ ନାହାନ୍ତି । ତେଣୁ କୋର୍ଟର ଶୁଭାରମ୍ଭ ଶୀଘ୍ର କରାଗଲେ ପଡି ରହିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟାଳୟରେ ଜେଏମ୍‌ଏଫ୍‌ସି କୋର୍ଟ କରାଗଲେ ସୁବିଧା ହେବ ବୋଲି ଓକିଲ ସଂଘ ଓ ନାଗରିକ କମିଟି ବିଚାର କରିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗର ନୁତନ କାର୍ଯ୍ୟାଳୟଟି ଗତ ତିନି ବର୍ଷ ହେବ ନିର୍ମାଣ କରାଯାଇ ଥିଲେ ସୁଦ୍ଧା ଏହାକୁ କାର୍ୟ୍ୟକ୍ଷମ କରାଯାଉ ନାହିଁ । ଏଠାରେ ୧୦ଗୋଟି କ୍ବାଟର, ରୋଷେଇ ଘର ସହିତ ପାଣି ସପ୍ଲାଇ ଓ ବିଦ୍ୟୁତିକରଣ ମଧ୍ୟ ହୋଇସାରିଛି । ଜେଇ ଲଡୁ କିଶୋର ବେହେରା, ପାଇକମାଲ ତଥା ଏସ୍‌ଡ଼ିଓ ଭିଏସ୍ ରାଓଙ୍କୁ ଏ ନେଇ ପଚାରିଲେ ମଧ୍ୟ କୌଣସି ସଠିକ୍ ଉତ୍ତର ଦେଉ ନାହାନ୍ତି । କାର୍ଯ୍ୟାଳୟଟି କାର୍ୟ୍ୟକ୍ଷମ ହେଉ ନ ଥିବାରୁ ଏହି କ୍ବାଟର ମାନଙ୍କର ସିଲିଂପଙ୍ଖା ମଧ୍ୟ ଅନେକ ଥର ଚୋରି ହୋଇ ଯାଇଥିବାର ଜଣାପଡିଛି । ପଦ୍ମପୁର ଉପଜିଲ୍ଲାପାଳ ଦୃଷ୍ଟି ଦେଇ କି ପଦକ୍ଷେପ ନେଉଛନ୍ତି ଦେଖାଯାଉ ।

Leave A Reply

Your email address will not be published.