lika

ସିଜିମାଳୀ ଖଣି ତୁରନ୍ତ କାର୍ଯ୍ୟକ୍ଷମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

gbag

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ପ୍ରସ୍ତାବିତ ସିଜିମାଳୀ ବକ୍ସାଇଟ ଖଣି ଖନନ କାର୍ଯ୍ୟ ତୁରନ୍ତ କାର୍ଯ୍ୟକ୍ଷମ କରିବା ସହ ମୈତ୍ରୀ କମ୍ପାନୀକୁ ଖଣି ଖନନ କାର୍ଯ୍ୟ ପ୍ରଦାନ ପାଇଁ ପ୍ରଭାବିତ ଅଞ୍ଚଳର ହଜାର ହଜାର ଅଞ୍ଚଳବାସୀ ଏବଂ ବୁଦ୍ଧିଜୀବୀ ଶନିବାର ଏକ ବିଶାଳ ଶୋଭାଯାତ୍ରାରେ ଯାଇ କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଥୁଆମୂଳ ରାମପୁର ବ୍ଲକର ୨୪ଟି ପଞ୍ଚାୟତର ପ୍ରାୟ ୧୫ ହଜାରରୁ ଅଧିକ ଖଣି ପ୍ରଭାବିତ ଅଞ୍ଚଳବାସୀ ଏବଂ ବୁଦ୍ଧିଜୀବୀ ଭବାନୀପାଟଣା ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ତୁରନ୍ତ ସିଜିମାଳୀ ଖଣି କାର୍ଯ୍ୟକ୍ଷମ ପାଇଁ ବିଭିନ୍ନ ନାରା ଦେବା ସହ ସିଜିମାଳୀ ଖଣି ଏବଂ ମୈତ୍ରୀ କମ୍ପାନୀ ସପକ୍ଷରେ ପ୍ଲାକାର୍ଡ ପ୍ରଦର୍ଶନ କରି ଦୀର୍ଘ ଦୁଇ କିଲୋମିଟର ଯାଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ସିଜିମାଳୀ ଖଣି ଅଞ୍ଚଳର ପାୟ ତିନି ଶହ ଗ୍ରାମର ପ୍ରାୟ ୧୫ ହଜାରରୁ ଅଧିକ ସପକ୍ଷବାଦୀ ମୈତ୍ରୀ କମ୍ପାନୀ ସପକ୍ଷରେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଥୁଆମୂଳ ରାମପୁର ଏକ ପଛୁଆ ଏବଂ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ତେଣୁ ଏହି ଅଞ୍ଚଳର ଅନେକ ଯୁବକ ଯୁବତୀ ରୋଜଗାର ନ ପାଇ ଅନ୍ୟ ରାଜ୍ୟକୁ ଦାଦନ ଖଟିବାପାଇଁ ଯାଉଛନ୍ତି ଏବଂ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ସହ ଅନେକ ସମୟରେ ମୃତ୍ୟ ବରଣ କରୁଛନ୍ତି । ତେଣୁ ସିଜିମାଳୀ ଖଣି କାର୍ଯ୍ୟକ୍ଷମ ହେଲେ ସ୍ଥାନୀୟ ଲୋକେ ରୋଜଗାର ପାଇବେ ଏବଂ ଅଞ୍ଚଳର ମଧ୍ୟ ବିକାଶ ହେବ ବୋଲି ସେମାନେ ମତ ବ୍ୟକ୍ତ କରିଛନ୍ତି । ମୈତ୍ରୀ କମ୍ପାନୀ ଏହି ଅଞ୍ଚଳର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ଆରମ୍ଭ କରିଛି ତେଣୁ ଖଣି ଖନନ ପାଇଁ ମୈତ୍ରୀ କମ୍ପାନୀକୁ ଅନୁମତି ପ୍ରଦାନ କରିବା ସହ ସିଜିମାଳୀ ଖଣି ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ବୁଦ୍ଧିଜୀବୀ ଓ ନାଗରିକ ମଞ୍ଚ ପକ୍ଷରୁ ଏହି ଦାବୀପତ୍ର ପ୍ରଦାନ କରାଯାଇଛି । ଅଞ୍ଚଳବାସୀଙ୍କ ଏହି ଦାବୀକୁ ସରକାର କେବେ କାର୍ଯ୍ୟକ୍ଷମ କରୁଛନ୍ତି ତାହା ଆଗାମୀଦିନ କହିବ ।

babaa
Leave A Reply

Your email address will not be published.