ଫୁଲଝର କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ଫୁଲଝର ଗ୍ରାମର ଦିଲଖୁସ୍ ଖେଳପଡିଆରେ ଫ୍ରେଣ୍ଡସ କ୍ଲବ ଆନୁକୂଲ୍ୟରେ ଜାନୁଆରୀ ୧୦ ତାରିଖରୁ ଆରମ୍ଭ ହୋଇଥିବା କ୍ରିକେଟ ଟୁର୍ନାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ଡେଡେଙ୍ଗା ଏବଂ କୁମାରଖେନ୍ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ପ୍ରଥମେ ଡେଡେଙ୍ଗା ଦଳ ବ୍ୟାଟିଂ କରି ୧୧ ଓଭରରେ ୭୯ ରନରେ ଅଲ୍ଆଉଟ୍ ହୋଇଥିଲା । ୮୦ ରନର ପିଛା କରି କୁମାରଖେନ୍ ଦଳ ୬.୪ ଓଭରରେ ସହଜ ବିଜୟ ହୋଇ ଚମ୍ପିୟାନ ହୋଇଛି । ଆଜିର ଖେଳ ପରିଚାଳନା କରିଥିଲେ ଚୂଡ଼ାମଣି ପାଢି ଏବଂ ବସନ୍ତ ଶବର । କମେଣ୍ଟ୍ରି କରିଥିଲେ ଏସକେ ମାଝୀ । ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ ମେହେର ଏବଂ ସମ୍ମାନିତ ଅତିଥି ଭାବେ ଏକଜ୍ୟୁକିଟିଭ୍ ମାଜିଷ୍ଟ୍ରେଟ କରନ ସୁନା, ଲାଠୋର ସରପଞ୍ଚ ପ୍ରବିଣ ଅଗ୍ରୱାଲ, ଦଶରଥ ପାଣିଗ୍ରାହୀ, ସଦାନନ୍ଦ ବେହେରା, ହୃଦାନନ୍ଦ ପୁଟେଲ, ହେମ ଦାସ, ମିଠାଲାଲ ସୁନା, ରମେଶ ଦାସ, କମଲ ବିଭାର, ଦୁର୍ଯ୍ୟୋଧନ ପୁଟା ଉପସ୍ଥିତ ଥିଲେ । ଫ୍ରେଣ୍ଡସ କ୍ଲବର ସଭାପତି ପ୍ରଦୀପ ଭଇଁସାଲ ସେକ୍ରେଟାରୀ ଇନ୍ଦ୍ର ପୁଟେଲ, ଜଗନ୍ନାଥ, ବସୁଦେବ ପ୍ରମୁଖ ସହୋଯୋଗ କରିଥିଲେ । ବହୁ ସଂଖ୍ୟକ ଦର୍ଶକ ଖେଳ ଉପୋଭୋଗ କରିଥିଲେ ।

Leave A Reply

Your email address will not be published.