ଜଗଦଲପୁର ଠାରେ କୋଭିଡ଼ ସଚେତନତା ରଥ ଗଡିଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ବ୍ଲକ ଅନ୍ତର୍ଗତ ଜଗଦଳପୁର ଗ୍ରାମ ଠାରେ କୋଭିଡ଼ ସଚେତନତା ରଥକୁ ସ୍ୱାସ୍ଥ୍ୟ ପରିଦର୍ଶକ ସୁଦାମ ମିର୍ଦ୍ଧା, ସ୍ୱାସ୍ଥ୍ୟ କର୍ମୀ ଗୀତା ଲୁହାର, ଅଙ୍ଗନୱାଡ଼ି କର୍ମୀ ଆରତି ପଟେଲ, ଜୟନ୍ତୀ ବାଗ ଆଶା ବାସନ୍ତୀ ବେରି ଆ ଗାଁ କଲ୍ୟାଣ ସମିତିର ସମସ୍ତ ସଭ୍ୟ,ସଭ୍ୟା ଓ ସିଆରପିଏଫ ଜବାନ ମାନେ ସ୍ଵାଗତ କରିଥିଲେ । ତାପରେ ଗାଁର ସବୁଆଡ଼େ ଲିପଲେଟ୍ ବଣ୍ଟନ କରି ଶୋଭାଯାତ୍ରା କରାଯାଇଥିଲା । ସାମାଜିକ ଦୂରତା, ମାକ୍ସ ବ୍ୟବହାର, କୋଭିଡ଼ ଟେଷ୍ଟ ଓ ଟୀକା ନେବା, ସରକାରଙ୍କ ଗାଇଡ୍ ଲାଇନ୍, ମ୍ୟାଲେରିଆ ଜ୍ଵର, ଯକ୍ଷ୍ମା, ଓ ଅଣ ସଂକ୍ରାମକ ରୋଗ – ହାଇ ବ୍ଲଡ୍, ସୁଗର, କ୍ୟାନସର ଉପରେ ଡାକ ବାଜି ଯନ୍ତ୍ର ଓ ଗୀତ ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା କ୍ଷ ଏହି ରଥ ତିନି ମାସିଆ କାର୍ଯ୍ୟକ୍ରମ ଝାରବନ୍ଧ ବ୍ଲକର ସମସ୍ତ ଗାଁ କଲ୍ୟାଣ ସମିତିକୁ ବୁଲିବ । ପ୍ରଥମ ଦିନରେ ଜଗଦଳପୁର, ବଡ କୁଂଜାରୀ, ବଡ ମହୁଲପାଲି, ନୂଆପଡା, ପୁଟୁକା, ଖିରାପାଳି, ବିଜି ରାଡ଼ିହି, ଶିକାରୀ ପାଳି, କୁରୁମା, ଗୌଡମାଲ ଗ୍ରାମକୁ ଯାଇଥିଲା । ଅରୁଣ କୁମାର ଭୋଇ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଝାରବନ୍ଧ, ସମସ୍ତ ସ୍ଵାସ୍ଥ୍ୟ ପରିଦର୍ଶକ /ପରିଦର୍ଶିକା, ସ୍ଵାସ୍ଥ୍ୟ କର୍ମୀ, ଆଶା, ଅଙ୍ଗନୱାଡ଼ି ଓ ସମସ୍ତ ଗାଁ କଲ୍ୟାଣ ସମିତିର ସହଯୋଗରେ ହେଉଛି ବୋଲି ଭାରତ ସରକାରଙ୍କ ଦ୍ଵାରା ପଞ୍ଜିକୃତ ନୀତି ଦର୍ପଣ ପୋର୍ଟାଲ ଉପାୟ ଅନୁଷ୍ଠାନର ସମ୍ପାଦକ ତଥା ନିର୍ଦ୍ଦେଶକ ଲଲିତ ଜଗତ କହିଥିଲେ ।

Leave A Reply

Your email address will not be published.