କୋଭିଡ-୧୯ ସମ୍ପର୍କିତ ସଦ୍ୟତମ ସୂଚନା

ନୂଆଦିଲ୍ଳୀ, (ପିଆଇବି) : ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ମୋଟ ୩୬.୪୮ କୋଟି ଡୋଜ ଟିକା ବିନିଯୋଗ ହୋଇସାରିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତର ନୂତନ କରୋନା ମାମଲା ସଂଖ୍ୟା ୪୫,୮୯୨ ରହିଛି । ଭାରତର ସକ୍ରିୟ କରୋନା ମାମଲା ସଂଖ୍ୟା ବର୍ତ୍ତମାନ ୪,୬୦,୭୦୪ ରହିଛି । ସକ୍ରିୟ ମାମଲା ମୋଟ ମାମଲାର ୧.୫ ପ୍ରତିଶତରେ ରହିଛି । ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ମୋଟ ୨,୯୮,୪୩,୮୨୫ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୪୪,୨୯୧ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସୁସ୍ଥତା ହାର ୯୭.୧୮ ପ୍ରତିଶତକୁ ବୃଦ୍ଧି ପାଇଛି । ସାପ୍ତାହିକ ପଜିଟିଭିଟି ହାର ୫ ପ୍ରତିଶତ ତଳେ ରହିଛି, ବର୍ତ୍ତମାନ ଏହା ୨.୩୭ ପ୍ରତିଶତରେ ରହିଛି । ଦୈନିକ ପଜିଟିଭିଟି ହାର ୨.୪୨ ପ୍ରତିଶତରେ ରହିଛି, ଯାହା କ୍ରମାଗତ ଭାବେ ୧୭ ଦିନ ମଧ୍ୟରେ ୩ ପ୍ରତିଶତରୁ କମ୍ ରହିଛି । ପରୀକ୍ଷଣ କ୍ଷମତା ବହୁ ପରିମାଣରେ ବୃଦ୍ଧି ପାଇଛି – ବର୍ତ୍ତମାନ ସୁଦ୍ଧା ସମୁଦାୟ ୪୨.୫୨ କୋଟି ପରୀକ୍ଷା କରାଯାଇଛି ।

Leave A Reply

Your email address will not be published.