jsm

ସମ୍ବଲପୁରରେ କରୋନା ସଂକ୍ରମଣ ସ୍ଥିତି ଅସମ୍ଭାଳ

csstore

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର କୋଭିଡ୍ ହସ୍ପିଟାଲରେ ଶନିବାର ଆଉ ତିନି ଜଣଙ୍କ ମୃତ୍ୟୁ ଘଟିଛି ଓ ଏଠି ମୃତ୍ୟୁ ସଂଖ୍ୟା ୪୧ ରେ ପହଞ୍ଚିଛି। ସାହୁ କଲୋନୀର ଜଣେ ମହିଳା ଭୀମସାରକୁ ଯକ୍ଷ୍ମା ରୋଗର ଚିକିତ୍ସା ପାଇଁ ଯାଇଥିବା ବେଳେ ତାଙ୍କ କରୋନା ପୋଜିଟିଭ୍ ବାହାରିବାରୁ ସମ୍ବଲପୁର କୋଭିଡ ହସପିଟାଲକୁ ପଠେଇ ଦିଆଗଲା। ସେଠି ଯକ୍ଷ୍ମା ରୋଗର ଚିକିତ୍ସାରେରେ ଅବହେଳା ଯୋଗୁଁ ମୃତ୍ୟୁ ଘଟିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୂର୍ବରୁ ମଧ୍ୟ ଏଭଳି ଅଭିଯୋଗ ହେବା ସତ୍ବେ ଏହାର ନିରାକରଣ ପାଇଁ ଧ୍ୟାନ ଦିଆ ଯାଉନାହିଁ।
ଅପର ପକ୍ଷରେ ଭୀମସାର କୋଭିଡ୍ ଲ୍ୟାବରେ ଜଣେ କର୍ମଚାରୀଙ୍କ ପୋଜିଟିଭ୍ ବାହାରିବା ପରେ ଲ୍ୟାବକୁ ତିନି ଦିନ ସଟ୍ ଡାଉନ୍ ଘୋଷଣା କରାଯାଇଥିବାରୁ ନମୁନା ପରୀକ୍ଷା ବନ୍ଦ ରହିବ। ନମୁନା ଭୁବନେଶ୍ୱର ପଠାଯିବ ବୋଲି ଜଣା ପଡିଛି। ସୂଚନାଯୋଗ୍ୟ ଯେ, ଅଣ କୋଭିଡ ରୋଗୀ ସ୍ବାସ୍ଥ୍ୟ ସେବା ପାଇ ପାରୁନାହାନ୍ତି ବୋଲି ଆମେ ପୂର୍ବରୁ ଖବର ପ୍ରକାଶ କରିଥିଲୁ।

yuvodaya
Leave A Reply

Your email address will not be published.