oom

ଗତ ୨୪ ଘଂଟାରେ ଓଡ଼ିଶାରେ ୨୮୫୪ ଆକ୍ରାନ୍ତ ଚିହ୍ନଟ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୨୮୫୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୧୬୫୯ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୧୧୯୫ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୩୧, ବାଲେଶ୍ୱରରୁ ୧୧୬, ବରଗଡ଼ରୁ ୯୫, ଭଦ୍ରକରୁ ୬୬, ବଲାଙ୍ଗିରରୁ ୯୭, ବୌଦ୍ଧରୁ ୨୦, କଟକରୁ ୨୪୪, ଦେବଗଡ଼ାରୁ ୧୬, ଢେଙ୍କାନାଳରୁ ୪୩, ଗଜପତିରୁ ୧୯, ଗଂଜାମରୁ ୩୯, ଜଗତସିଂହପୁରରୁ ୬୮, ଯାଜପୁରରୁ ୯୯, ଝାରସୁଗୁଡ଼ାରୁ ୬୮, କଳାହାଣ୍ଡିରୁ ୧୦୫, କନ୍ଧମାଳରୁ ୪୫, କେନ୍ଦ୍ରାପଡ଼ାରୁ ୯୧, କେଉଁଝରରୁ ୬୭, ଖୋର୍ଦ୍ଧାରୁ ୩୯୩, କୋରାପୁଟରୁ ୪୬, ମାଲକାନଗିରିରୁ ୬୧, ମୟୁରଭଂଜରୁ ୧୨୭, ନବରଙ୍ଗପୁରରୁ ୯୨, ନୟାଗଡ଼ରୁ ୬୫, ନୂଆପଡ଼ାରୁ ୮୩, ପୁରୀରୁ ୧୧୪, ରାୟଗଡ଼ାରୁ ୨୯, ସମ୍ବଲପୁରରୁ ୧୦୫, ସୋନପୁରରୁ ୭୯, ସୁନ୍ଦରଗଡ଼ରୁ ୧୪୩, ଷ୍ଟେଟ୍‌ ପୁଲ୍‌ ୮୮ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସମୁଦାୟ ପଜିଟିଭ୍‌ ୨୪୯୬୯୩ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୮୨୪୬ ଜଣ ଏକ୍‌ଟିଭ୍‌ ରହିଥିବା କୁହାଯାଇଛି । ୨୨୦୩୮୮ ଜଣ କରୋନାକୁ ପରାସ୍ତ କରି ସୁସ୍ଥ ହୋଇଛନ୍ତି ।

jittmm
Leave A Reply

Your email address will not be published.