om academy

ଗତ ୨୪ ଘଂଟାରେ ଓଡ଼ିଶାରେ ୨୬୭୩ ଆକ୍ରାନ୍ତ ଚିହ୍ନଟ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୨୬୭୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୧୫୫୪ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୧୧୧୯ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୨୬, ବାଲେଶ୍ୱରରୁ ୭୦, ବରଗଡ଼ରୁ ୬୮, ଭଦ୍ରକରୁ ୯୭, ବଲାଙ୍ଗିରରୁ ୯୩, ବୌଦ୍ଧରୁ ୧୩, କଟକରୁ ୨୧୪, ଦେବଗଡ଼ାରୁ ୧୮, ଢେଙ୍କାନାଳରୁ ୩୬, ଗଜପତିରୁ ୧୧, ଗଂଜାମରୁ ୪୪, ଜଗତସିଂହପୁରରୁ ୬୮, ଯାଜପୁରରୁ ୮୮, ଝାରସୁଗୁଡ଼ାରୁ ୬୮, କଳାହାଣ୍ଡିରୁ ୭୭, କନ୍ଧମାଳରୁ ୪୪, କେନ୍ଦ୍ରାପଡ଼ାରୁ ୧୫୧, କେଉଁଝରରୁ ୫୧, ଖୋର୍ଦ୍ଧାରୁ ୪୪୮, କୋରାପୁଟରୁ ୩୯, ମାଲକାନଗିରିରୁ ୩୨, ମୟୁରଭଂଜରୁ ୧୦୦, ନବରଙ୍ଗପୁରରୁ ୭୨, ନୟାଗଡ଼ରୁ ୩୫, ନୂଆପଡ଼ାରୁ ୧୫୯, ପୁରୀରୁ ୧୨୪, ରାୟଗଡ଼ାରୁ ୧୧, ସମ୍ବଲପୁରରୁ ୭୩, ସୋନପୁରରୁ ୬୯, ସୁନ୍ଦରଗଡ଼ରୁ ୮୮, ଷ୍ଟେଟ୍‌ ପୁଲ୍‌ ୮୬ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସମୁଦାୟ ପଜିଟିଭ୍‌ ୨୩୮୦୦୩ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦୬୧୦ ଜଣ ଏକ୍‌ଟିଭ୍‌ ରହିଥିବା କୁହାଯାଇଛି ।

Leave A Reply

Your email address will not be published.