ଗତ ୨୪ ଘଂଟାରେ ଓଡ଼ିଶାରେ ୩୪୪୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୩୪୪୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୦୧୭ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୧୪୨୬ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୦୦, ବାଲେଶ୍ୱରରୁ ୧୫୨, ବରଗଡ଼ରୁ ୧୧୧, ଭଦ୍ରକରୁ ୯୫, ବଲାଙ୍ଗିରରୁ ୧୧୪, ବୌଦ୍ଧରୁ ୧୦, କଟକରୁ ୩୫୯, ଦେବଗଡ଼ାରୁ ୧୩, ଢେଙ୍କାନାଳରୁ ୪୭, ଗଜପତିରୁ ୧୮, ଗଂଜାମରୁ ୫୪, ଜଗତସିଂହପୁରରୁ ୭୮, ଯାଜପୁରରୁ ୧୩୦, ଝାରସୁଗୁଡ଼ାରୁ ୭୭, କଳାହାଣ୍ଡିରୁ ୭୬, କନ୍ଧମାଳରୁ ୧୦୩, କେନ୍ଦ୍ରାପଡ଼ାରୁ ୧୦୧, କେଉଁଝରରୁ ୯୭, ଖୋର୍ଦ୍ଧାରୁ ୬୦୧, କୋରାପୁଟରୁ ୫୨, ମାଲକାନଗିରିରୁ ୨୯, ମୟୁରଭଂଜରୁ ୧୪୧, ନବରଙ୍ଗପୁରରୁ ୮୯, ନୟାଗଡ଼ରୁ ୮୮, ନୂଆପଡ଼ାରୁ ୮୭, ପୁରୀରୁ ୧୩୨, ରାୟଗଡ଼ାରୁ ୨୯, ସମ୍ବଲପୁରରୁ ୧୩୧, ସୋନପୁରରୁ ୯୪, ସୁନ୍ଦରଗଡ଼ରୁ ୮୮, ଷ୍ଟେଟ୍‌ ପୁଲ୍‌ ୧୫୪ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସମୁଦାୟ ପଜିଟିଭ୍‌ ୨୧୯୧୧୯ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୬୭୪୩ ଜଣ ଏକ୍‌ଟିଭ୍‌ ରହିଥିବା କୁହାଯାଇଛି ।

Leave A Reply

Your email address will not be published.