ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୦୧୪ ଜଣ ଆକ୍ରାନ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ୩୦୧୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୬୮ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୧୧୪୬ ଜଣ ଆଂଚଳିକ ସଂକ୍ରମଣର ଶିକାର ହୋଇଛନ୍ତି । ରାଜ୍ୟରେ ଏମାନଙ୍କ ମଧ୍ୟରୁ ଜିଲ୍ଲା ଅନୁସାରେ ଅନୁଗୁଳରୁ ୨୫, ବାଲେଶ୍ୱରରୁ ୧୩୮, ବରଗଡ଼ରୁ ୧୨୪, ଭଦ୍ରକରୁ ୪୦, ବଲାଙ୍ଗିରରୁ ୩୫, କଟକରୁ ୩୩୭, ଦେବଗଡ଼ରୁ ୨, ଢେଙ୍କାନାଳରୁ ୪୯, ଗଜପତିରୁ ୯, ଗଂଜାମରୁ ୨୧୬, ଜଗତସିଂହପୁରରୁ ୬୬, ଯାଜପୁରରୁ ୩୮, ଝାରସୁଗୁଡ଼ାରୁ ୪୫, କଳାହାଣ୍ଡିରୁ ୪୦, କନ୍ଧମାଳରୁ ୬୦, କେନ୍ଦ୍ରାପଡ଼ାରୁ ୪୪, କେଉଁଝରରୁ ୬୮, ଖୋର୍ଦ୍ଧାରୁ ୬୮୪, କୋରାପୁଟରୁ ୧୨୦, ମାଲକାନଗିରିରୁ ୪୯, ମୟୁରଭଂଜରୁ ୨୯୨, ନବରଂଗପୁରରୁ ୩୮, ନୟାଗଡରୁ ୨୯, ନୂଆପଡ଼ାରୁ ୭, ପୁରୀରୁ ୧୧୮, ରାୟଗଡ଼ାରୁ ୧୦୪, ସମ୍ବଲପୁରରୁ ୧୦୨, ସୋନପୁରରୁ ୪୪ ଓ ସୁନ୍ଦରଗଡ଼ରୁ ୯୧ ଜଣଙ୍କ ପଜିଟିଭ୍‌ ବାହାରିଥିବା ସୂଚନା ଦିଆଯାଇଛି । ଓଡ଼ିଶାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୯୩୪ ହୋଇଥିବା ବେଳେ ସୁସ୍ଥତା ଲାଭ କରିଛନ୍ତି ୭୦୭୧୪ ଜଣ । ୨୯୬୮୫ ଜଣ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନାରେ କୁହାଯାଇଛି । ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧୭,୩୧,୫୫୬ ଜଣଙ୍କ ପରୀକ୍ଷା କରାଯାଇ ସାରିଛି ।

Leave A Reply

Your email address will not be published.