ଗତ ୨୪ ଘଂଟାରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬୯,୮୭୮ ଏବଂ ଓଡ଼ିଶାରେ ୨୯ ଜିଲ୍ଲାରୁ ୨୮୧୯ ଜଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆହୁରି ଆହୁରି ବଢ଼ୁଛି କରୋନା ସଂକ୍ରମଣ । ରୋକିବାର ନାଁ ନେଉନାହିଁ । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୬୯,୮୭୮ ଜଣ କରୋନା ସଂକ୍ରମଣର ଶିକାର ହୋଇଥିବା ବେଳେ ଓଡ଼ିଶାରେ ୨୯ ଜିଲ୍ଲାରୁ ୨୮୧୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟରେ ଏମାନଙ୍କ ମଧ୍ୟରୁ ଜିଲ୍ଲା ଅନୁସାରେ ଅନୁଗୁଳରୁ ୨୩, ବାଲେଶ୍ୱରରୁ ୧୦୫, ବରଗଡ଼ରୁ ୧୩୬, ଭଦ୍ରକରୁ ୭୭, ବଲାଙ୍ଗିରରୁ ୫୬, ବୌଦ୍ଧରୁ ୬, କଟକରୁ ୨୫୭, ଢେଙ୍କାନାଳରୁ ୧୦୦, ଗଜପତିରୁ ୬୨, ଗଂଜାମରୁ ୧୯୨, ଜଗତସିଂହପୁରରୁ ୪୮, ଯାଜପୁରରୁ ୧୨୦, ଝାରସୁଗୁଡ଼ାରୁ ୬୩, କଳାହାଣ୍ଡିରୁ ୫୫, କନ୍ଧମାଳରୁ ୪୪, କେନ୍ଦ୍ରାପଡ଼ାରୁ ୬୨, କେଉଁଝରରୁ ୭, ଖୋର୍ଦ୍ଧାରୁ ୪୪୩, କୋରାପୁଟରୁ ୮୧, ମାଲକାନଗିରିରୁ ୮୩, ମୟୁରଭଂଜରୁ ୨୧୯, ନବରଂଗପୁରରୁ ୪୩, ନୟାଗଡରୁ ୬୪, ନୂଆପଡ଼ାରୁ ୧, ପୁରୀରୁ ୧୦୯, ରାୟଗଡ଼ାରୁ ୧୪୭, ସମ୍ବଲପୁରରୁ ୧୪୫, ସୋନପୁରରୁ ୧୪ ଓ ସୁନ୍ଦରଗଡ଼ରୁ ୫୭ ଜଣଙ୍କ ପଜିଟିଭ୍‌ ବାହାରିଥିବା ସୂଚନା ଦିଆଯାଇଛି । ଓଡ଼ିଶାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୫,୫୩୭ ହୋଇଥିବା ବେଳେ ସୁସ୍ଥତା ଲାଭ କରିଛନ୍ତି ୫୦୫୦୩ ଜଣ । ୨୪୫୮୨ ଜଣ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.