ପ୍ରଥମ ପର୍ଯ୍ୟାୟରେ ଯବାନ ଓ କୋଭିଡ ଯୋଦ୍ଧାଙ୍କୁ ଦିଆଯିବ କରୋନା ଟୀକା

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : ସାରା ବିଶ୍ୱରେ କରୋନା ତାଣ୍ଡବ ରଚୁଛି । ବିଶ୍ୱବାସୀଙ୍କ ଜୀବନ ଜୀବିକା ସହ ଖେଳ ଖେଳୁଛି କରୋନା । ଏଭଳି ପରିସ୍ଥିତିରେ କରୋନା ମୁକାବିଲା କ୍ଷେତ୍ରରେ ଭାରତ ମଧ୍ୟ ପଛରେ ନାହିଁ । ଟୀକା ବିକାଶକୁ ଅନ୍ୟ ଦେଶ ଭଳି ଭାରତରେ ମଧ୍ୟ ବେଶ୍‌ ଗୁରୁତ୍ୱ ଦିଆଯାଉଛି । ରୁଷ ଟୀକା ଚୂଡ଼ାନ୍ତ ହୋଇ ସାରିଛି । ଚୀନ ପକ୍ଷରୁ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଶେଷ ପର୍ଯ୍ୟୟରେ ମାନବୀୟ ପରୀକ୍ଷଣ ବାକି ଅଛି ଟୀକାର । ତେବେ ବଜାରକୁ ଟୀକା ଆସିବା ପରେ ପ୍ରଥମ ପର୍ଯ୍ୟାୟରେ ଭାରତ ସରକାର ୫୦ ଲକ୍ଷ ଟୀକା କିଣିବାକୁ ଯୋଜନା କରିଛନ୍ତି । ତାହା ଯବାନ, କୋଭିଡ ଯୋଦ୍ଧା ତଥା କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରଦାନ କରାଯିବାକୁ ଚିନ୍ତା କରାଯାଇଛି ।

Leave A Reply

Your email address will not be published.