om academy

ବଲାଙ୍ଗିର ଜିଲ୍ଲାରେ ୧୦୮ ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା : ଆଜି ୨୦ ନୂଆ ଆକ୍ରାନ୍ତ ଚିହ୍ନଟ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ୧୦୮ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଥିବା ବେଳେ ଆଜି ୨୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ ଦର୍ଶାଯାଇଛି । ଆଗଲପୁର ବ୍ଲକ ସାଲେଭଟା ଗ୍ରା.ପ.ରୁ ଜଣେ, ବଲାଙ୍ଗିର ବ୍ଲକ ଚୁଡ଼ାପାଲି ଗ୍ରା.ପ.ରୁ ଜଣେ, ବଲାଙ୍ଗିବ ମ୍ୟୁନିସିପାଲିଟି ୱାର୍ଡ ନଂ.୨, ୫ ଓ ୧୩ରୁ ଜଣେ ଲେଖାଏଁ, ଲୋଇସିଂହା ବ୍ଲକ ରେଙ୍ଗାଲି ଗ୍ରା.ପ.ରୁ ଜଣେ, ପାଟଣାଗଡ଼ ବ୍ଲକ ବଥର୍ଲା ଓ ରେଙ୍ଗ୍‌ଟାସିଲେଟ ଗ୍ରା.ପ.ରୁ ଜଣେ ଲେଖାଏଁ ଓ ଉଲ୍‌ବା ଗ୍ରା.ପ.ରୁ ୨ ଜଣ, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୮ରୁ ଜରେ, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୧ରୁ ୨ ଜଣ, ୱାର୍ଡ ନଂ.୯ରୁ ୩ ଜଣ ଏବଂ ୱାର୍ଡ ନଂ.୮ ଓ ୧୪ରୁ ଜଣେ ଲେଖାଏଁ, ତୁଷୁରା ଏନ୍‌ଏସି ୱାର୍ଡ ନଂ.୬ରୁ ୨ ଜଣ ସଂକ୍ରମିତ ହୋଇଛନ୍ତି ।

Leave A Reply

Your email address will not be published.