ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ରହିଥିବା ସରକାରୀ ସୂଚନାରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୪, ୨, ଓ ୧୫ରୁ ଜଣେ ଲେଖାଏଁ, ଆଗଲପୁର ବ୍ଲକରୁ ଜଣେ, ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଗ୍ରା.ପ.ରୁ ଜଣେ, ପାଟଣାଗଡ ବ୍ଳକ୍‌ ମରୁଆଁ ଗ୍ରା.ପ.ରୁ ଜଣେ, ତୁରେକେଲା ବ୍ଲକ କୁଇବାହାଲ ଗା.ପ.ରୁ ୮ ଜଣ, ଢୋଲମଣ୍ଡଲ ଓ ହିଆଲ୍‌ ଗ୍ରା.ପ.ରୁ ଜଣେ ଲେଖାଏଁଁ ସଂକ୍ରମିତ ହୋଇଥିବା ସୂଚନାରେ ପ୍ରକାଶ କରାଯାଇଛି । ତେବେ ବଲାଙ୍ଗିର ଜିଲ୍ଲାରେ ୧୨୫ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଥିବା ଜଣାପଡ଼ିଛି

Leave A Reply

Your email address will not be published.