ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ରୋତ ଗ୍ରା.ପ.ରୁ ଜଣେ, ବୁଦୁଲା ଗ୍ରା.ପ.ରୁ ଜଣେ, ଭରସୁଜା ଗ୍ରା.ପ.ରୁ ୨ଜଣ, ନଅଗାଁ-କ ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର ବ୍ଲକ ମାୟାବର୍ହା ଗ୍ରା.ପ.ରୁ ଜଣେ, ଶିବତଲା ଗ୍ରା.ପ.ରୁ ୧ ଜଣ, ମାଧିଆପାଲି ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ ୧୮, ୨୦ରୁ ଜଣେ, ୱାର୍ଡ ନଂ ୨ରୁ ୨ ଜଣ, ଦେଓଗାଁ ବ୍ଲକ କୁତୁର୍ଲା ଗ୍ରା.ପ.ରୁ ୨ ଜଣ, ଖପ୍ରାଖୋଲ ତେଲେନପାଲି ଗ୍ରା.ପ.ରୁ ୧ ଜଣ, ରେଙ୍ଗାଲି ଗ୍ରା.ପ.ରୁ ୧ ଜଣ, ଲୋଇସିଂହା ବ୍ଲକ ଯୋଗିସର୍ଡା ୧ ଜଣ, ପାଟଣାଗଡ ଖୁଣ୍ଟସମଲାଇ ଗ୍ରା.ପ.ରୁ ୧ ଜଣ, ଗେର୍ଡାରୁ ୧ ଜଣ, ପାଟଣାଗଡ ଏନ୍‌ଏସି ୱାର୍ଡ ନଂ ୮ରୁ ୧ ଜଣ, ସଇଁତଲା ବ୍ଲକ ଘୁନସର ଗ୍ରା.ପ., କେରମେଲି ଗ୍ରା.ପ., ଭଦ୍ରା ଗ୍ରା.ପ., ତାଲବାହାଲ ଗ୍ରା.ପ., ବୁଢାବାହାଲ ଗ୍ରା.ପ., କୁମ୍ଭାରି ଗ୍ରା.ପ.ରୁ ଜଣେ ଲେଖାଏଁ ଓ ଟିଟିଲାଗଡ ମ୍ୟୁନିସିପାଲିଟି ୱାର୍ଡ ନଂ ୧୫ରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.