
ଭୁବନେଶ୍ୱର, (କେପିଏନ୍ଏସ୍) : ଆଜି ରାଜ୍ୟରେ ୪ ଶହ ତଳେ ରହିଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୩୭୭ ନୂଆ କରୋନା ଆକ୍ରାନ୍ତ ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୧୫ ଜଣ କ୍ୱାରେନ୍ଟାଇନ୍ରୁ ଏବଂ ୧୬୨ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୨୮, ବାଲେଶ୍ୱରରୁ ୧୬, ବରଗଡ଼ରୁ ୧୧, ଭଦ୍ରକରୁ ୯, ବଲାଙ୍ଗିରରୁ ୨, କଟକରୁ ୧୮, ଦେବଗଡ଼ରୁ ୨, ଢେଙ୍କାନାଳରୁ ୩, ଗଂଜାମରୁ ୬, ଜଗତ୍ସିଂହପୁରରୁ ୧୧, ଯାଜପୁରରୁ ୧୨, ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୭, କନ୍ଧମାଳରୁ ୧, କେନ୍ଦ୍ରାପଡ଼ାରୁ ୭, କେଉଁଝରରୁ ୧୩, ଖୋର୍ଦ୍ଧାରୁ ୫୬, କୋରାପୁଟରୁ ୮, ମାଲକାନଗିରିରୁ ୧, ମୟୁରଭଂଜରୁ ୨୫, ନୟାଗଡ଼ରୁ ୬, ନୂଆପଡ଼ାରୁ ୧୪, ପୁରୀରୁ ୧୩, ରାୟଗଡ଼ାରୁ ୨, ସମ୍ବଲପୁରରୁ ୮, ସୋନପୁରରୁ ୪, ସୁନ୍ଦରଗଡ଼ରୁ ୪୭ ଓ ଷ୍ଟେଟ ପୁଲ୍ରୁ ୧୨ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ୪୫୫୮ ଜଣ ଏକ୍ଟିଭ୍ କରୋନା ସଂକ୍ରମିତ ଚିକିତ୍ସାଧୀନ ରହିଛନ୍ତି ।