ଗତ ୨୪ ଘଂଟାରେ ରାଜ୍ୟରେ ୨୧୧୦ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରୁ ଗତ ୨୪ ଘଂଟା ମଧ୍ୟରେ ୨୧୧୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୨୧୩ କ୍ୱାରେନ୍‌ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୮୯୭ ଆଂଚଳିକ ସଂକ୍ରମଣର ଶିକାର ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲା ଅନୁସାରେ ଅନୁଗୁଳରୁ ୪୬, ବାଲେଶ୍ୱରରୁ ୧୬୮, ବରଗଡ଼ରୁ ୧୪, ଭଦ୍ରକରୁ ୭୯, ବଲାଙ୍ଗିରରୁ ୧୩, ବୌଦ୍ଧରୁ ୧୬, କଟକରୁ ୩୨୩, ଦେବଗଡ଼ରୁ ୫, ଢେଙ୍କାନାଳରୁ ୩୫, ଗଜପତିରୁ ୧୧, ଗଂଜାମରୁ ୧୬, ଜଗତସିଂହପୁରରୁ ୬୭, ଯାଜପୁରରୁ ୯୨, ଝାରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୭, କନ୍ଧମାଳରୁ ୧୨, କେନ୍ଦ୍ରାପଡ଼ାରୁ ୧୩୨, କେଉଁଝରରୁ ୬୬, ଖୋର୍ଦ୍ଧାରୁ ୪୫୮, କୋରାପୁଟରୁ ୧୯, ମାଲକାନଗିରିରୁ ୨୨, ମୟୁରଭଂଜରୁ ୯୯, ନବରଙ୍ଗପୁରରୁ ୧୦, ନୟାଗଡ଼ରୁ ୭୪, ନୂଆପଡ଼ାରୁ ୨, ପୁରୀରୁ ୧୧୩, ରାୟଗଡ଼ାରୁ ୨୯, ସମ୍ବଲପୁରରୁ ୧୯, ସୋନପୁରରୁ ୪, ସୁନ୍ଦରଗଡ଼ରୁ ୬୨ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୮୭ ଜଣ ଆକ୍ରାନ୍ତ ହୋଇଛନ୍ତି । ତେବେ ରାଜ୍ୟରେ ଆଜି ପର୍ଯ୍ୟନ୍ତ ୯୪୭୮୫୯ ଜଣ ସମୁଦାୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୨୦୬୪୬ ଜଣ ସୁସ୍ଥ ହୋଇ ସାରିଛନ୍ତି । ରାଜ୍ୟରେ ୨୨ ହଜାର ୨୯୯ ଜଣ ଏବେ ଏକ୍‌ଟିଭ୍‌ ପଜିଟିଭ୍‌ ରହିଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.