ଡରଉଛି କରୋନା : ଆଜି ରାଜ୍ୟରେ ୮୭୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନାର ଦ୍ୱିତୀୟ ଲହରରେ ବଢ଼ିଚାଲିଥିବା ସଂକ୍ରମଣ ସଂଖ୍ୟା ଡରେଇଲାଣି । ଆଜି ୮୭୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୧୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୬୧ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୨୦, ବାଲେଶ୍ୱରରୁ ୨୨, ବରଗଡ଼ରୁ ୫୩, ଭଦ୍ରକରୁ ୧୭, ବଲାଙ୍ଗିରରୁ ୨୬, ବୌଦ୍ଧରୁ ୧, କଟକରୁ ୫୦, ଦେବଗଡ଼ରୁ ୧, ଗଜପତିରୁ ୧, ଗଂଜାମରୁ ୩୧, ଜଗତସିଂହପୁରରୁ ୨, ଯାଜପୁରରୁ ୧୫, ଝାରସୁଗୁଡ଼ାରୁ ୨୩, କଳାହାଣ୍ଡିରୁ ୪୩, କନ୍ଧମାଳରୁ ୫, କେନ୍ଦ୍ରାପଡ଼ାରୁ ୯, କେଉଁଝରରୁ ୨୫, ଖୋର୍ଦ୍ଧାରୁ ୧୪୪, କୋରାପୁଟରୁ ୫, ମୟୁରଭଂଜରୁ ୨୯, ନବରଂଗପୁରରୁ ୧୯, ନୟାଗଡ଼ରୁ ୬, ନୂଆପଡ଼ାରୁ ୬୧, ପୁରୀରୁ ୪୫, ରାୟଗଡ଼ାରୁ ୧୩, ସମ୍ବଲପୁରରୁ ୪୮, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୧୩୧ ଓ ଷ୍ଟେଟ ପୁଲ୍‌ରୁ ୩୨ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସମୁଦାୟ ୩୪୫୫୨୬ ଜଣ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୩୮୬୬୨ ଜଣ ସୁସ୍ଥ ହୋଇ ସାରିଛନ୍ତି । ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮୮୮ ରହିଛି ।

Leave A Reply

Your email address will not be published.