pr

ନାରୀ ନିର୍ଯ୍ୟାତନା, ହିଂସା, ଅଶ୍ଲୀଳତା, ନଗ୍ନତା, ଅପରାଧ ଓ ମଦମାଦକ ଦ୍ରବ୍ୟର ପ୍ରଚାର ପ୍ରସାର ବିରୁଦ୍ଧରେ ଏଆଇଡିଏସ୍‌ଓ, ଏଆଇଡିୱାଇଓ, ଏଆଇଏମ୍‌ଏସ୍‌ଏସ୍‌ ପକ୍ଷରୁ ଯାଦବ ଭବନରେ ଜିଲ୍ଲା ସ୍ତରୀୟ କନ୍‌ଭେନସନ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନାରୀ ନିର୍ଯ୍ୟାତନା, ହିଂସା, ଅଶ୍ଲୀଳତା, ନଗ୍ନତା, ଅପରାଧ ଓ ମଦ ମାଦକ ଦ୍ରବ୍ୟର ପ୍ରଚାର ପ୍ରସାର ବିରୁଦ୍ଧରେ ଏଆଇଡିଏସ୍‌ଓ, ଏଆଇଡିୱାଇଓ, ଏଆଇଏମ୍‌ଏସ୍‌ଏସ୍‌ ବଲାଙ୍ଗିର ଶାଖା ପକ୍ଷରୁ ବଲାଙ୍ଗିର ସହର ସ୍ଥିତ ଯାଦବ ଭବନରେ ଜିଲ୍ଲା ସ୍ତରୀୟ କନ୍‌ଭେନସନ ଅନୁଷ୍ଠିତ ହୋଇଯାଇଛି । ଏହି ଏନ୍‌ଭେନ୍‌ସନରେ ଏଆଇଡିଏସ୍‌ଓ ବଲାଙ୍ଗିର ଜିଲ୍ଲା ସଭାପତି ରାଜେନ୍ଦ୍ର ରଣା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଏଆଇଡିଏସ୍‌ଓର ସର୍ବ ଭାରତୀୟ ଉପସଭାପତି ଅଶୋକ ମିଶ୍ର, ମୁଖ୍ୟ ଅତିଥି ଭାବେ ଏଆଇଏମ୍‌ଏସ୍‌ଏସ୍‌ ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟା ମନ୍ଦୋଦରୀ ରାଉଳ ଯୋଗଦାନ କରିଥିଲେ । ଏଆଇଏମ୍‌ଏସ୍‌ଏସ୍‌ ବଲାଙ୍ଗିର ଆବାହିକା ସୀମା ପ୍ରଧାନ, ଏଆଇଡିୱାଇଓ ଜିଲ୍ଲା ସଂପାଦକ ତାମସ ବେହେରା ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ମହିଳା ଓ ଛାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ବଲାଙ୍ଗିର ଜିଲ୍ଲାରେ ବଢିଚାଲିଥିବା ନିଶା କାରବାର ତଥା ଅଶ୍ଲିଳତା, ନଗ୍ନତା, ହିଂସା ଓ ମଦ ମାଦକ ଦ୍ରବ୍ୟ ପ୍ରଚାର ପ୍ରସାର ବିରୁଦ୍ଧରେ ଶକ୍ତିଶାଳି ଗଣ ଆନ୍ଦୋଳନ ଗଢି ତୋଳିବା ପାଇଁ ମୁଖ୍ୟବକ୍ତା ଶ୍ରୀ ମିଶ୍ର ଉପସ୍ଥିତ ଜନଗଣଙ୍କୁ ଆହ୍ୱାନ ଦେଇଥିଲେ । ସରକାର ଏବଂ ପ୍ରଶାସନ ଅପରାଧିମାନଙ୍କୁ ଘଣ୍ଟ ଘୋଡାଉଛନ୍ତି ଏବଂ ଘଟିଚାଲିଥିବା ଅପରାଧର ନିରବ ଦ୍ରଷ୍ଟା ସାଜି ଥିବାରୁ ଏଭଳିି ଘଟଣା ବାରମ୍ବାର ଘଟି ଚାଲିଛି ବୋଲି ମୁଖ୍ୟ ଅତିଥି ରାଉଳ ବକ୍ତବ୍ୟ ରଖିଛନ୍ତି । ଏଆଇଡିଏସ୍‌ଓ ବଲାଙ୍ଗିର ଜିଲ୍ଲା ସଂପାଦକ ମଧୁ ସୁଦନ ବାଗ, ଏଆଇଏମ୍‌ଏସ୍‌ଏସ୍‌ ଆବାହିକା ସୀମା ପ୍ରଧାନ ଏବଂ ଏଆଇଡିୱାଇଓ ଜିଲ୍ଲା ସଂପାଦକ ତାମସ ବେହେରାଙ୍କ ନେତୃତ୍ୱରେ ଏହି କନ୍‌ଭେନସନ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ବହୁ ବୁଦ୍ଧିଜୀବୀ, ଛାତ୍ର, ଯୁବକ ଏବଂ ମହିଳା ଯୋଗ ଦେଇଥିଲେ ।

nrusinghnath
Leave A Reply

Your email address will not be published.