om academy

ସାମ୍ବାଦିକଙ୍କ ଘରୁ ଚୋରି ଅଭିଯୋଗ : ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା, ତଦନ୍ତ ଜାରି

jsm

ନୂଆପଡା, (ନିରାକାର ମେହେର) : ନୂଆପଡା ସହର ସାମ୍ବାଦିକ ଅଶ୍ୱିନୀ କୁମାର ପାଣିଗ୍ରାହୀ ପରିବାର ସହ ପଶ୍ଚିମ ଓଡିଶାର ପବିତ୍ର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ପାଳନ ପାଇଁ ନିଜ ଜନ୍ମମାଟି ବୋଡେନ ସ୍ଥିତ କେରାପଦର ଗାଁକୁ ଯାଇଥିଲେ । ଆଜି ଭୋର ସକାଳୁ ପରିବାର ସହ ନୂଆପଡା ସ୍ଥିତ ବାସ ଭବନକୁ ଫେରିଥିଲେ । ଘରକୁ ଫେରିବା ବେଳେ ବାହାର କବାଟ ଭାଙ୍ଗି ଚୋରି ହୋଇଥିବା ଦେଖିବାକୁ ପାଇଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ଚୋରମାନେ ଘରର ଦୁଇଟି ଆଲମିରା ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଓ ରୁପା ଗହଣା ସହ ନଗଦ ଟଙ୍କା ଚୋରି କରି ନେଇଥିବା ଅଭିଯୋଗ କରିଛନ୍ତି । ଏହି ଖବର ପାଇ ନୂଆପଡା ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ବିନୟ କେର୍କେଟାଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଡଗ୍ ସ୍ବାଡ ସାହାଯ୍ୟରେ ତଦନ୍ତ ଆରମ୍ଭ କରିଛି । ଏବେ ପୁଲିସ ଚୋରି ଘଟଣାର ବିଭିନ୍ନ ଦିଗ ଉପରେ ତଦନ୍ତ ଚାଲିଥିବା ଏସଡିପିଓ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.