
ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ଦିନ ପ୍ରାୟ ୧୨ଟା ସମୟରେ ୨୬ ନଂ ଜାତୀୟ ରାଜପଥର ରତନପୁର ନିକଟରେ ବଲାଙ୍ଗିର ପଟରୁ ଦେଓଗାଁ ପଟକୁ ଆସୁଥିବା ଏକ କାର ଓ ଦେଓଗାଁ ପଟରୁ ବଲାଙ୍ଗିର ଦିଗକୁ ଯାଉଥିବା ଏକ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟି ଯାଇଥିବା ବେଳେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିବା ବେଳେ କାର ଚାଳକ ଫେରାର ମାରିଥିବା ଜଣାପଡିଛି । ଦୁର୍ଘଟଣାଗ୍ରସ୍ତ କାର ରାଜପଥ ତଳକୁ ଓହ୍ଲାଇ ଯାଇଥିବା ବେଳେ ବାଇକ୍ ଚୂରମାର ହୋଇଯାଇଛି । ବାଇକ୍ ଚାଳକ ଦେଓଗାଁର ବ୍ୟବସାୟୀ ଶଙ୍କର ଅଗ୍ରୱାଲଙ୍କୁ ଗୁରୁତର ଆହତ ଅବସ୍ଥାରେ ପ୍ରଥମେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ପରେ ଜିଲ୍ଲା ବାହାରର ଏକ ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଯାଉଥିବା ଜଣାପଡ଼ିଛି ।