csstore

ବଲାଙ୍ଗିର ଚିମ୍‌ନିଭାଟି ପଡ଼ାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଚିମ୍‌ନିଭାଟି ପଡ଼ାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି । ସ୍ଥାନୀୟ ଶାସ୍ତ୍ରୀ କ୍ଲବ୍‌ ଦ୍ୱାରା ଆୟୋଜିତ ଏହି ଜୟନ୍ତୀ ପାଳନରେ ବିଜେଡ଼ି. ନେତା ଶମ୍ଭୁ ନାଗ ସଭାପତିତ୍ୱ କରିଥିବା ବେଳେ ବକ୍ତା ଭାବେ ଯୋଗଦାନ କରିଥିଲେ ମନୋରଂଜନ ମିଶ୍ର, ନାରାୟଣ ମାଝୀ, ସୁଶୀଲ କୁମାର ଏବଂ ମନୋଜ ଧଳ । ସମସ୍ତ ବକ୍ତାମାନେ ଜାତିର ପିତା ମହାତ୍ମାଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଉପରେ ଆଲୋଚନା କରିଥିବା ସହ ପଡ଼ାରେ ଏକତା କିପରି ବଳବତ୍ତର ରହିପାରିବ, ସେ ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଏଠାରେ ମାସ୍କ ବଂଟନ କରାଯାଇଥିଲା । ସୁବଳ ମହାକୁର, ରାଜେଶ କୁମାର ବେହେରା, ବଜେନ୍ଦ୍ର ବହିଦାର, ବିରେନ୍ଦ୍ର ମହଲା, ସୁନୀଲ ସାଏ, ଯୁଧିଷ୍ଠିର ବଗର୍ତ୍ତି, ବୀରୁ ବଗର୍ତ୍ତି, ଶ୍ରୀକୃଷ୍ଣ ପଟେଲ, ଅହଲ୍ୟା ଭୋଇ, ଲିଳିମା ପଟେଲ, ଧୁବେଇ ମନହୀରା, ସୁକେଶିନୀ ବୁଡେ଼କ, ନିରଂଜନ ମାଝୀ, ଅର୍ଜୁନ ବଗର୍ତ୍ତି, ରତନ ଜାଲ, ବେଣୁଧର ଭାଟି, ମହନ ବଗର୍ତ୍ତି ପ୍ରମୁଖ ଏହି ଜୟନ୍ତୀ ଅବସରରେ ଯୋଗଦାନ କରିଥିଲେ ।

jayashree
Leave A Reply

Your email address will not be published.