ଚିଲିକାରେ ଆରମ୍ଭ ହୋଇଛି ଡଲଫିନ ଗଣନା

ଚିଲିକା, (କେପିଏନ୍‌ଏସ୍‌) : ଚିଲିକାରେ ଆରମ୍ଭ ହୋଇଛି ଡଲଫିନ ଗଣନା । ଚିଲିକା ଉନ୍ନୟନ କତ୍ତୃପକ୍ଷ ଓ ବନବିଭାଗ ପକ୍ଷରୁ ମିଳତ ଭାବରେ ଗଣନା କାର୍ଯ୍ୟ କରାଯାଉଛି । ଏହି ଗଣନାରେ ୧୮ଟି ଟିମ ଏବଂ ମୋଟ ୧୦୯ ଜଣ କର୍ମଚାରୀ ସାମିଲ ଅଛନ୍ତି । ଚିଲିକାର ସାତପଡ଼ା ରେଞ୍ଜରୁ ୮ଟି ଏବଂ ବାଲୁଗାଁ ରେଞ୍ଜରୁ ୧୦ ଟିମ ଦ୍ୱାରା ଚାଲିଛି ଗଣତି କାର୍ଯ୍ୟ । ଭୋର ୫ଟାରୁ ମାଧ୍ୟାହ୍ନ ୧୨ ଟା ପର୍ୟ୍ୟନ୍ତ ଚାଲିବ । ଏହି ଗଣନା କାର୍ୟ୍ୟରେ ବନବିଭାଗ କର୍ମଚାରୀ, ସିଡିଏ କର୍ମଚାରୀ ଓ ସ୍ଵେଛାସେବୀ ସଂଗଠନ ଯୋଗ ଦେଇଛନ୍ତି । ଗଣନା ସମୟରେ ଅନ୍ୟାନ୍ୟ ଡଙ୍ଗା ଚଳାଚଳ ଉପରେ ପ୍ରଶାସନ ରୋକ୍ ଲଗାଇଛି ।

Leave A Reply

Your email address will not be published.