କମିବାର ନାଁ ନେଉନି ଶୀତ : ପୁଣି ୧୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ୱର : ଟ୍ୱିନ ସିଟିରେ ଶୀତର ପ୍ରକୋପ ଜାରି । ଆଜି ଉଭୟ ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ୧୩.୫ ଡିଗ୍ରୀ ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି । ଶୀତରେ ଥରୁଛି ସାରା ଓଡ଼ିଶା । ତଳକୁ ତଳ ଖସୁଛି ପାରଦ, ଖାସ୍ କରି ଗତ ଦୁଇ ଦିନ ହେବ ଟ୍ୱିନସିଟିରେ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ ହୋଇଛି । ସୂଚନା ଥାଉକି, ଶୀତରେ ଥରୁଛି ସାରା ରାଜ୍ୟ । ଧୀରେ ଧୀରେ ବଢ଼ୁଛି ଜାଡ଼ । ୨୪ ଘଣ୍ଟାରେ ୧୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିଥିଲା । ଗତ କିଛି ଦିନ ହେବ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଛି । ଫଳରେ ଶୀତରେ ଥରହର ହେଉଛନ୍ତି ଲୋକେ । ଗତ ରାତିରେ କନ୍ଧମାଳ ଫୁଲବାଣୀ ଓ ଜି. ଉଦୟଗିରିରେ ତାପମାତ୍ରା ୮ ଡିଗ୍ରୀକୁ ଖସିଆସିଛି । କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ରହିଛି । ଆଜି କୋରାପୁଟ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଏବଂ ମୟୂରଭଂଜ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ରହିଛି ।

Leave A Reply

Your email address will not be published.