ଏବେ ଚାଷୀକୁ ବର୍ଷା କରୁଛି ବେହାଲ୍‌

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଦିନକୁ ଦିନ ବଢ଼ି ଚାଲିଛି ଦୁଃଖ, କଷ୍ଟ ଓ ଚାଷର ଚିନ୍ତାି । ବହୁ ସ୍ଵପ୍ନ, ଆଶା ନେଇ ଚାଷୀ ଚାଷ କାର୍ୟ୍ୟ କରିଥାଏି । କିନ୍ତୁ ଚଳିତ ବର୍ଷ ଚାଷ ଅମଳ କରିବା ପାଇଁ ଭଲ ପାଗ ହୋଇ ଥିବାବେଳେ ଦିନକୁ ଦିନ ବର୍ଷାର ପ୍ରକୋପ ବୃଦ୍ଧି ଯୋଗୁଁ ଆଶା ଆଶାରେ ହିଁ ରହିଯିବ ବୋଲି ଚାଷୀ ଚିନ୍ତାରେ ପଡ଼ିଛି । କଥାରେ ଅଛି, ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶି । ଏ ବର୍ଷ ପୁଣି ଚାଷୀର ମେରୁଦଣ୍ଡ ଭାଙ୍ଗି ଯିବାର ଆଶଂକା ରହିଛିି । ଗତ ବର୍ଷର ଏ ଯାଏଁ ଚାଷୀ ଫସଲ ବୀମା କରିଥିଲେ ହେଁ ନ ମିଳିବା ନେଇ ବହୁ ଅଭିଯୋଗ କରି ଆସିଛନ୍ତିି । କିନ୍ତୁ ଚାଷୀର ଦୁଃଖ ବୁଝିବାକୁ ସଭିଏଁ ଅସମର୍ଥି । ଏପଟେ କରୋନା ମହାମାରୀ ରୂପ ଧାରଣ କରି ସମସ୍ତଙ୍କ ମନରେ ଆଘାତ, ଭୟ ଓ ଚିନ୍ତା ଭରି ଦେଇଛିି ।
ତଥାପି ସବୁ ଦୁଃଖ ସହି ଚାଷୀ ପ୍ରାଣ ପଣେ ଚାଷ କାମରେ ଲିପ୍ତ ଥିବା ବେଳେ ବର୍ଷା ଲାଗି ରହିଥିବାରୁ ଚାଷୀକୂଳ ହତାଶ ହୋଇ ପଡ଼ିଛନ୍ତି । ଏପଟେ ୟୁରିଆ ସାର ଚିନ୍ତାର କାରଣ ପାଲଟିଛିି । ସାର ଉଚିତ ସମୟରେ ନମିଳିବା ନେଇ ପ୍ରସାଶନିକ ପଦକ୍ଷେପ ଗ୍ରହଣ କରାଯିବା ସହିତ କିପରି ଚାଷୀକୁ ଉଚିତ ସମୟରେ ସାର ମିଳିପାରିବ, ସେଥିପ୍ରତି ସରକାର ଦୃଷ୍ଟି ଦେଇ ଗତବର୍ଷର ଫସଲ ବୀମା ଟଙ୍କା ଓ ୟୁରିଆ ସାର ଶୀଘ୍ର ଯୋଗାଇ ଦେବା ସହ ଚାଷୀମାନଙ୍କ ସମସ୍ୟା ବୁଝିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛିି ।

Leave A Reply

Your email address will not be published.