oom

ଜୁନିୟର ଫୁଟବଲ ଫ୍ରେଣ୍ଡସିପ୍‌ କପ୍‌ : କୁରସୁଡ ଚାମ୍ପିଆନ୍‌

jsmm

ବଙ୍ଗୋମୁଣ୍ଡା,(ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ଗ୍ରାମରେ ଷ୍ଟାର ଫୁଟବଲ କ୍ଲବ ପକ୍ଷରୁ ଚାଲିଥିବା ଜୁନିୟର ଫୁଟବଲ ଫ୍ରେଣ୍ଡସିପ୍‌ କପ୍‌ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଂଟ୍‌ରେ ୧୬ ଗୋଟି ଦଳ ଅଂଶଗ୍ରହଣ କରିଥିବା ବେଲେ ସେମାନଙ୍କ ମଧ୍ୟରୁ ସିନ୍ଧେକେଲା ଓ କୁରସୁଡ ଦଳ ଫାଇନାଲ ମ୍ୟାଚ୍‌କୁ ଉତ୍ତୀର୍ଣ୍ଣ ହୋଇଥିଲେ । ଫାଇନାଲ ମ୍ୟାଚ୍‌ରେ କୁରସୁଡ ଦଳ ସିନ୍ଧେକେଲା ଦଳକୁ ୧-୦ ଗୋଲ୍‌ରେ ପରାସ୍ତ କରି କୁରସୁଡ ଦଳ ଚାମ୍ପିଆନ୍‌ ହୋଇଥିଲା । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରୋସନ ସେନାପତି, ସମ୍ମାନୀୟ ଅତିଥି ଭାବେ ଝଲପ ପଂଚାୟତର ଯୋଗାଣ ସହାୟକ ତୁଲାରାମ ତାଣ୍ଡି, ପୂର୍ବତନ ଖେଲାଳୀ ପୁରୁଷୋତ୍ତମ ଭୋଇ, ପୀତାମ୍ବର ଭୋଇ, ସଞ୍ଜିବ ପୁଟେଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଲାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ରେଫରୀ କ୍ଷୀରୋଦ କୁମାର ସୁନା ଖେଳ ପରିଚାଳନା କରିଥିବା ବେଲେ ଲାଇନ୍‌ରେ କିରଣ ଭୋଇ, ଗୟାଶଙ୍କର ଝାଙ୍କର ସହଯୋଗ କରିଥିଲେ । ଆୟୋଜକ ଷ୍ଟାର୍‌ ଫୁଟବଲ କ୍ଲବ୍‌ର ସଭାପତି ଝସକେତନ ବାରିକ, ସମ୍ପାଦକ ଗୟାଶଙ୍କର ଝାଙ୍କର, ବୃନ୍ଦାବନ ଯୁଗ୍ନିଆ, ହୃଷିକେଶ ବେହେରା, ଅନ୍ତର ଭୋଇ, ପ୍ରେମ ପୁଟେଲ, ଗିରିଧାରୀ ଯଗ୍ନିଆ, ନରେଶ ଭୋଇ, ହେମସାଗର ଭୋଇ, ଭାବେଶ ୟାଦବ, ଭଜମନ ଭୋଇ, ତପନ ବାରିକ, ବେଦବ୍ୟାସ ଝାଙ୍କର, ସୁଶାନ୍ତ ଭୋଇ, ପ୍ରଦୀପ ଭୋଇ, କିରଣ ସେନାପତି ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.