ଚିଖଲିକୁ ୧୮ରନରେ ହରାଇ ଧୂଲୁଣ୍ଡା ଚମ୍ପିୟାନ

ଝାରସୁଗୁଡ଼ା, (ମହେଶ୍ୱର ପଧାନ) : ଲଖନପୁର୍ ବ୍ଲକ ଅନ୍ତର୍ଗତ କିରିତମାଲ ସ୍ଥାନୀୟ କ୍ରିକେଟ ଗ୍ରାଉଣ୍ଡରେ ପ୍ରଗତି କ୍ରିକେଟ କ୍ଲବ କିରିତମାଲ ଦ୍ୱାରା ଆୟୋୟିତ ଦଶଦିନ ବ୍ୟାପି ଚାଲିଥିବା ପ୍ରଥମ ଅଣ୍ଡର-୨୨ କ୍ରିକେଟ ଟୁର୍ଣ୍ଣାମେଂଟରେ ଚିଖଲିକୁ ହରାଇ ଧୂଲୁଣ୍ଡା କ୍ରିକେଟ ଦଳ ଚମ୍ପିୟାନ ହୋଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଧୂଲୁଣ୍ଡା ଦଳ ଫାଇନାଲ ମ୍ୟାଚରେ ନିର୍ଦ୍ଧାରିତ ୫ ଓଭର ରେ ୪ ଉଇକେଟ ହରାଇ ୩୨ ରନ୍ କରିଥିଲେ । ଜବାବରେ ଚିଖିଲି ଦଳ ନିର୍ଦ୍ଧାରିତ ଓଭରରେ ୬ ଉଇକେଟ ହରାଇ ୧୪ ରନ୍ କରିବାକୁ ସକ୍ଷମ ହୋଇଥିଲା । ଏହା ପୂର୍ବରୁ ୩୨ଟି ଦଳକୁ ନେଇ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଂଟରେ ଧୂଲୁଣ୍ଡା ଦଳ କନ୍ଧପାଲି ଦଳକୁ ଏବଂ ଚିଖିଲି ଦଳ ସରଣ୍ଡା ଦଳକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ । ମ୍ୟାନ ଅଫ ଦ ମ୍ୟାଚ ଧୂଲୁଣ୍ଡାର ପଦ୍ମଲୋଚନ ପାଇଥିବା ବେଳେ ମ୍ୟାନ ଅଫ ଦ ସିରିଜ ପାଇଥିଲେ ଚିଖିଲିର ସର୍ଜନ । ସ୍କୋରର ଦାୟିତ୍ବରେ ଥିଲେ ରଘୁ । ମ୍ୟାଚ ଗୁଡିକର ଧାରା ବିବରଣୀ ପ୍ରଦାନ କରିଥିଲେ ବିକାଶ । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲଖନପୁର ବ୍ଲକ ବିଜେଡି ସଭାପତି ଶେଖର ଚନ୍ଦ୍ର ବେହେରା ଯୋଗ ଦେଇ ଉଭୟ ଦଳକୁ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ । ଏଥିରେ କ୍ରିକେଟ କମିଟିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

Leave A Reply

Your email address will not be published.