୩୩ ତମ ରାଜ୍ୟସ୍ତରୀୟ କେରାଟେ ଚମ୍ପିୟାନ : ଟିକାବାଲି ପାଇଲା ୮ଟି ପଦକ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଭୁବନେଶ୍ୱର ଉତ୍କଳ କେରାଟେ ସ୍କୁଲଠାରେ ଦୁଇଦିନ ଧରି ଆୟୋଜିତ ହୋଇଥିବା ୩୩ ତମ ରାଜ୍ୟସ୍ତରୀୟ ସବଜୁନିୟର କେରାଟେ ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲା ଟିକାବାଲି କେରାଟେ ସ୍କୁଲ ପକ୍ଷରୁ ୧୮ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ସେଥିମଧ୍ୟରୁ ୮ଜଣ କୃତିତ୍ୱ ଅର୍ଜନ କରିଛନ୍ତି । ଯଥା ଦୁଇ ଜଣ ସ୍ବର୍ଣ୍ଣ, ଦୁଇଜଣ ରୌପ୍ୟ ଏବଂ ଚାରି ଜଣ କାଂସ୍ୟ ପଦକ ହାସଲ କରିଥିବା ଜଣାପଡିଛି । ଓଡିଶାରୁ ବିଭିନ୍ନ ଜିଲ୍ଲାରୁ ଭାଗ ନେଇଥିବା ବେଳେ କନ୍ଧମାଳ ଟିକାବାଲିରୁ ପ୍ରିୟାଶୁଂ ପଣ୍ଡା ଏବଂ ଉଦ୍ଧବ ପ୍ରଧାନ ଫାଇଟରେ ସ୍ବର୍ଣ୍ଣ ପାଇଥିବା ବେଳେ ଶ୍ରବଣ କହଁର ଓ ଲବଣ କହଁର ଫାଇଟରେ ରୌପ୍ୟ ଏବଂ ରୁଦ୍ରପ୍ରସାଦ ପ୍ରଧାନ, ନିବେଦିତା ପଣ୍ଡା, ସ୍ବୟଂମ୍ ମହାପାତ୍ର ଫାଇଟରେ କାଂସ୍ୟ ପଦକ ପାଇଥିବା ବେଳେ ଶ୍ରିୟାରାନୀ ସୁବୁଦ୍ଧି କାଟାରେ କାଂସ୍ୟ ପଦକ ହାସଲ କରିଥିବା ପ୍ରଶିକ୍ଷକ ଗୋପାଳ କହଁର ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.