om academy

ଡିଭାଇଡରକୁ ପିଟିଲା କାର

jsm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ୧୬ ନମ୍ବର ଜାତୀୟ ରାଜପଥ ଋଷିକୂଲ୍ୟା ନଦୀ ନିକଟରେ ଏକ କାର ଡିଭାଇଡରକୁ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ତେବେ ଏଥିରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଏପି୩୧ଟିଜେ୦୬୮୨ ନମ୍ବର ବିଶିଷ୍ଟ କାରଟି ପୁରୀରୁ ଆନ୍ଧ୍ର ପ୍ରଦେଶ ଅଭିମୁଖେ ଯାଉଥିବା ସମୟରେ ଋଷିକୂଲ୍ୟା ନଦୀ ପୂର୍ବରୁ ଗାଡିର ଆଗ ଟାୟାର ଫାଟି ଯାଇଥିଲା ଫଳରେ ଗାଡି ଭାରସାମ୍ୟ ହରାଇ ଲୁହାତାର ବନ୍ଧା ଡ଼ିଭାଇଡରରେ ପିଟି ହୋଇଯାଇଥିଲା ।

Leave A Reply

Your email address will not be published.