oom

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କ୍ୟାମେରାମ୍ୟାନ ମୃତ

jsmm

କଳାହାଣ୍ଡି/ଖଜୁରୀପଡ଼ା,(କେପିଏନେସ) : କନ୍ଦମାଲ ଜ଼ିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଦୁତିମେଣ୍ଡି ଗ୍ରାମପଞ୍ଚାୟତ ସମ୍ବରଡେଗା ବୁଲାଣି ବାଙ୍କ ଠାରେ ପେନାବାଲି ଠାରୁ ଫୁଲବାଣୀ ଯାଉଥିବା ନିୟଜ-୭ ଚ୍ୟାନେଲ କ୍ୟାମେରାମ୍ୟାନ ରାଜୁ ନାୟକ(୨୪) ଗଛରେ ବାଇକ୍କୁ ଧକ୍କା ଦେଇ ଘଟଣା ସ୍ଥଳରେ ହିଁ ମୃତ୍ୟୁବରଣ କରିଛନ୍ତି। ଆଜି ଫୁଲବାଣୀରୁ ନିଜ ଭଉଣୀଙ୍କୁ ବାଇକ୍ ନମ୍ବର ଓଡି ୧୨ ବି ୫୦୯୯ ରେ ଆଣି ପେନାବାଲିରେ ଛାଡି କିଛି ସମୟ ପରେ ଫୁଲବାଣୀ ଫେରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଶାଳଗଛକୁ ଧକ୍କା ଦେଇଥିଲେ।

ଉକ୍ତ ରାସ୍ତାରେ ଖଜୁରୀପଡ଼ା ଥାନା ଅଧିକାରୀ ଶ୍ରୀ ରମାକାନ୍ତ ପାତ୍ର ଯାଉଥିବା ବେଳେ ତୁରନ୍ତ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିଲେ । ସବ ଇନସ୍ପେକ୍ଟର ବିକାଶ କୁମାର ମଲିକ ଦୁର୍ଘଟଣା ସ୍ଥଳରେ ରହି ପରିସ୍ଥିତି ତଦାରଖ କରିଥିବା ବେଳେ ପରେ ସୂଚନା ପାଇ ଫୁଲବାଣୀରୁ ସମସ୍ତ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିବା ସହିତ ରାଜୁଙ୍କ ପରିବାର ମଧ୍ୟ ପହଞ୍ଚି ଥିଲେ । ନିୟୁଜ-୭ ପ୍ରତିନିଧି ସୁନିଲ କୁମାର ପଟ୍ଟନାୟକଙ୍କ ସହ ଫୁଲବାଣୀ ଏବଂ ଖଜୁରୀପଡ଼ା ବ୍ଲକର ସମସ୍ତ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିବା ପରେ ଜଣେ କର୍ମଠ ଏବଂ ପ୍ରମୁଖ ଚ୍ୟାନେଲ କ୍ୟାମେରାମ୍ୟାନ ରାଜୁ ନାୟକଙ୍କ ଅକାଳ ବିୟୋଗରେ ସମସ୍ତେ ଗଭୀର ଦୁଖ ପ୍ରକାଶ କରିଥିଲେ । ଏନେଇ ଖଜୁରୀପଡ଼ା ଥାନାରେ କେଶ ନମ୍ବର ୭୫/୨୦ ଟ/ଝ ୨୭୯/୩୦୪(ଏ) ଅନୁଯାୟୀ କେଶ ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଏଏସଆଇ ସୁଶୀଲ କୁମାର ବେହେରା ସୁଚନା ପ୍ରଦାନ କରିଛନ୍ତି ।

jittmm
Leave A Reply

Your email address will not be published.