om academy

ଆରମ୍ଭ ହେଲା ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା : ଅସ୍ଥାୟୀ ମଣ୍ଡପରେ ମା’ଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

jsm

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ରାଜା ରାଜୁଡା ଶାସନରୁ ପ୍ରଚଳିତ, ଉଭୟ ଓଡ଼ିଆ ଓ ତେଲୁଗୁ ଏହି ଦୁଇ ସମ୍ପ୍ରଦାୟର ସାନିଧ୍ୟ ଲାଭ କରି ଆସିଥିବା ଭକ୍ତଙ୍କ ମନରେ ବ୍ରହ୍ମପୁର ସହର ଆଜି ଉଚ୍ଛୁଳି ପଡୁଛି । ଦକ୍ଷିଣ ଓଡ଼ିଶାର ପ୍ରାଣ କେନ୍ଦ୍ର ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଚଳିତ ବର୍ଷର ଯାତ୍ରା କୋଭିଡ଼ କଟକଣା ମଧ୍ୟରେ ଆରମ୍ଭ ହୋଇଛି । ଶନିବାର ମଧ୍ୟ ରାତ୍ରୀ କାଳୀନରେ ବାଜା ରୋଷଣୀ ନେଇ ମା’ ସାଆନ୍ତାଣୀ ତାଙ୍କ ବାପ ଘରକୁ ଦେଶୀ ବେହେରା ସାହିକୁ ଆସିଛନ୍ତି । ଦେଶୀବେହେରା ସାହି ଚଳଚଞ୍ଚଳ ହୋଇ ଉଠିଛି । ଅସ୍ଥାୟୀ ମଣ୍ଡପରେ ମା’ଙ୍କ ଦର୍ଶନ କରୁଛନ୍ତି, ଅଗଣିତ ଦର୍ଶାନାର୍ଥୀ ଶ୍ରଦ୍ଧାଳୁ ଭକ୍ତଜନ । କଡା ସୁରକ୍ଷା ମଧ୍ୟରେ ପ୍ରଥମ ଦିନରେ ଅସ୍ଥାୟୀ ମଣ୍ଡପରେ ଭକ୍ତଙ୍କ ଭିଡ଼ ଜମିଛି । ପ୍ରବଳ ଭକ୍ତଙ୍କ ଜନସମାଗମକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର କର୍ତ୍ତୃପକ୍ଷ ବିଏମସି ଦର୍ଶନରେ ରୋକ ଲଗାଇଛନ୍ତି । ସାମାଜିକ ଦୂରତା ଓ ମାସ୍କ ପରିଧାନ ଉପରେ ପ୍ରଶାସନ ଗୁରୁତ୍ତ୍ୱ ଦେଇଛନ୍ତି । ଚଳିତ ବର୍ଷ ଏହି ଯାତ୍ରା ନିମନ୍ତେ କେବଳ ନୀତିକ୍ରାନ୍ତି ସହ ସମ୍ପନ କରିବା ନିମନ୍ତେ ମାତ୍ର ଏକ ସପ୍ତାହ ପାଇଁ ଜିଲ୍ଲାପ୍ରଶାସନ କୋଭିଡ଼ ଗାଇଡ଼ ଲାଇନ ଜାରୀ ସହ ଅନୁମତି ପ୍ରଦାନ କରିଛନ୍ତି । ମା’ବୁଢ଼ୀ ଠାକୁରାଣୀଙ୍କ ଦର୍ଶନ ସମୟ ସକାଳ ୫ଘଣ୍ଟା ଠାରୁ ୧୦ଘଣ୍ଟା ଓ ଅପରାହ୍ନ ୪ଘଣ୍ଟା ଠାରୁ ରାତ୍ର ୯ଘଣ୍ଟା ପର୍ୟ୍ୟନ୍ତ ଶୃଙ୍ଖଳିତ ଦର୍ଶନ କରିବା ନିମନ୍ତେ ନିର୍ଦ୍ଦେଶ ସହ ଗାଇଡ଼ ଲାଇନ ଜାରି କରିଛନ୍ତି । ନଡ଼ିଆ ଭାଙ୍ଗିବା ଦୀପ ଲଗେଇବା ପାଇଁ ମନା କରାଯାଇଛି । ଶନିବାର ଅପରାହ୍ନ ଠାରୁ ରାତ୍ରୀ ୯ ଘଣ୍ଟା ମଧ୍ୟରେ ଅବାଳ ବୃଦ୍ଧ ବନିତା, ମହିଳା ଓ ପୁରୁଷ ତଥା ଅଗଣିତ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ହୋଇଛି ।

Leave A Reply

Your email address will not be published.