pr

ମ.ରାମପୁର ବନାଞ୍ଚଳରେ ୭୩ତମ ବନ ମହୋତ୍ସବ ସପ୍ତାହ ପାଳନ ସହ ବୃକ୍ଷ ରୋପଣ

dr. purohit

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧିନସ୍ଥ ମ.ରାମପୁର ବନାଞ୍ଚଳ ତରଫରୁ ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇଥିବା ୭୩ତମ ବନ ମହୋତ୍ସବ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମଟି ଆଇଏଫଏସ ଅନୁରାଗ ମିଶ୍ର ଓ ବନାଞ୍ଚଳ ଅଧିକାରୀ ଅସିତ କୁମାର ଦାସଙ୍କ ତତ୍ୱାବଧାନ ଓ ଉପସ୍ଥିତିରେ ଗାଞ୍ଜି ପଦର, ଗଇନଦାମୁଣ୍ଡା, ମଦନପୁର ଆଦର୍ଶ ବିଦ୍ୟାଳୟ, ଦମକଳ କେନ୍ଦ୍ର ମ.ରାମପୁର, ବଡଙ୍ଗସରା, ସାଙ୍କୁସ ପ୍ରାଥମିକ ବିଦ୍ୟାଳୟ, ସିଆରପିଏଫ କେମ୍ପ, ପ୍ରାଥମିକ ବିଦ୍ୟାଳୟ ମଦନପୁର, ଦୁର୍ଗମାଧବ ଉଚ୍ଚ ବିଦ୍ୟାପୀଠ, ଏସଏସଡି ମଦନପୁର, ପନକାମାଲ ଏଏନଆର ପ୍ଲାଣ୍ଟ ଟେସନ, ଧବଳେଶ୍ୱର ମହାବିଦ୍ୟାଳୟ ମୋହନଗିରି, ମାନିକେରା ଉଚ୍ଚ ବିଦ୍ୟାପୀଠ, ଏଏନଆର ପ୍ଲାଣ୍ଟ ଟେସନ ସାରାବହେଲି ଓ ସାଙ୍କୁସ ଏବଂ ଜେଏମଏଫସି କୋର୍ଟ ମ.ରାମପୁର ୧୬ ଗୋଟି ସ୍ଥାନରେ ବୃକ୍ଷ ରୋପଣ, ସଚେତନ ଓ ରାଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମମାନଙ୍କରେ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଙ୍ଗଦେଓ, ଜେଏମ୍‌ଏଫସି ବିଚାରପତି ତଥା ଅଧ୍ୟକ୍ଷା ପ୍ରତ୍ୟାଶା ରାୟ, ସିଆରପିଏଫ ଆସିସିଡେଣ୍ଟ କମାଣ୍ଡର ସୁବାଷ କୁମାର, ପ୍ରଗତିବାଦୀ ଡିଜିଏମ କମ୍ବୁପାଣି ମିଶ୍ର, ସରପଂଚ ବୀଣା ପାଣି ସାହୁ, ରୀନା ସାହୁ, ଆଦର୍ଶ ବିଦ୍ୟାଳୟ ଅଧକ୍ଷ୍ୟ ସଂକୀର୍ତ୍ତନ ବେହେରା, କଲେଜ଼ ଅଧ୍ୟକ୍ଷ ଲକ୍ଷ୍ମୀ କାନ୍ତ ବେହେରା, ପ୍ରଧାନ ଶିକ୍ଷକ ଶାନ୍ତନୁ ମେହେର, ସେସଦେବ ସାହୁ, ବନ ସୁରକ୍ଷା ସମିତିର ସଭାପତି ମାଧବ ସାହୁ, ଦୁର୍ଯୋଧନ କରମଦେବ ଯୋଗ ଦେଇ ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା, ବୃକ୍ଷ ରୋପଣ ଓ ତାର ଯତ୍ନ, ବନ ମହୋତ୍ସଵର ଉଦ୍ଦେଶ୍ୟ ଉପରେ ସଚେତନର ବାର୍ତ୍ତା ଦେଇ ବୃକ୍ଷ ରୋପଣ କରିଥିଲେ । ଏହି ମହୋତ୍ସଵ ତଥା ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବନପାଳ ରମେଶ ଚନ୍ଦ୍ର ବାଗ, ଯଶୋବନ୍ତ ପାତ୍ର, ଦୀପକ ସା, ଲବ ପଣ୍ଡା, ସମସ୍ତ ବନରକ୍ଷୀ ଓ କର୍ମଚାରୀ ପିଏନଜିଓ ଗ୍ରାମ୍ୟ ବିକାଶ ସଙ୍ଗଠନର ଦଳପତି ଓ ବିକାଶ ଅଧିକାରୀ ସାହାର୍ଯ୍ୟ ସହଯୋଗ କରିଥିବା ବେଳେ ଆମ ଜଙ୍ଗଲ ଯୋଜନାର ଦଳପତି ପ୍ରଦିପ କୁମାର ସାହୁ ଓ ଡିଓ କୁନୁ ଛାତ୍ରୀଆ ପରିଚାଳନା, ସଂଯୋଜନା ଓ ସଚେତନ କରାଇଥିଲେ ।

nrusinghnath
Leave A Reply

Your email address will not be published.