ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ରାହ୍ମଣ ସମାଜ ପକ୍ଷରୁ ପ୍ରତିବର୍ଷ ଆୟୋଜିତ ହେଉଥିବା ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ଚଳିତବର୍ଷ ମାର୍ଚ୍ଚ ମାସ ୩୦ ଓ ୩୧ ତାରିଖରେ ଅନୁଷ୍ଠିତ ହେବ ବୋଲି ସମାଜର ସମ୍ପାଦକ ଜଣାଇଛନ୍ତି । ବିଗତ ୨୦ ବର୍ଷ ଧରି ପ୍ରତିବର୍ଷ ଆୟୋଜିତ ହେଉଥିବା ଏହି ବ୍ରତୋପନୟନ କାର୍ଯ୍ୟକ୍ରମରେ ସମସ୍ତ ବୈଦିକ ରୀତିନୀତି କର୍ମକାଣ୍ଡ ଅନୁଯାୟୀ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ବ୍ରାହ୍ମଣ ବାଳକ ମାନଙ୍କୁ ବ୍ରତ କରାଯାଇଥାଏ । ଏଣୁ ଟିଟିଲାଗଡ଼ ବ୍ରାହ୍ମଣ ସମାଜର ବ୍ରତୋପନୟନ କାର୍ଯ୍ୟକ୍ରମକୁ ବଲାଙ୍ଗିର, ସୋନପୁର, କଳାହାଣ୍ଡି, ନୂଆପଡା ଆଦି ଜିଲ୍ଲାର ଏପରିକି ଛତିଶଗଡ଼ ରାଜ୍ୟରୁ ମଧ୍ୟ ଅଭିଭାବକ ମାନେ ଆସି ନିଜ ପୁତ୍ରର ବ୍ରତ କରାଇଥାନ୍ତି । ଚଳିତ ବର୍ଷ ମାର୍ଚ୍ଚ ୩୦ ତାରିଖରେ ଚାରିକର୍ମ ଏବଂ ୩୧ ତାରିଖରେ ବ୍ରତୋପନୟନ କାର୍ଯ୍ୟ ହେବ । ଏଣୁ ଇଚ୍ଛୁକ ଅଭିଭାବକ ମାନେ ଆସନ୍ତା ଫେବୃୟାରୀ ୨୮ ତାରିଖ ସୁଦ୍ଧା ଏହି ସମାଜର ସଭାପତି ସୁବୋଧ ଚନ୍ଦ୍ର ଦାଶଙ୍କୁ ୬୩୭୦୪୭୦୨୪୧ କିମ୍ବା ସମ୍ପାଦକ ସତ୍ୟବ୍ରତ ପଣ୍ଡାଙ୍କୁ ୯୪୩୭୨୪୦୫୬୨ ନମ୍ବରରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି ।
Prev Post
Next Post