oom

ସର୍ଗିପାଲିରେ ବିଜେପିର କର୍ମୀ ସମ୍ମିଳନୀ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କନ୍ଦକେଳଗାଁ ପଞ୍ଚାୟତ ସର୍ଗିପାଲି ଗ୍ରାମର ସ୍ଥାନୀୟ ଖେଳ ପଡିଆଠାରେ ଆଜି ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର କର୍ମୀ ସମ୍ମିଳନୀ ବିଜେପି ନେତା ବିଜୟ କୁମାର ପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ବିଜେପି ନେତା ମହେନ୍ଦ୍ରଠାକୁର ଅତିଥି ଭାବେ ଯୋଗଦେଇ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେପିର ନିଶ୍ଚିତ ଭାବରେ ବିଜୟ ବାନା ଉଡିବ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ତ୍ରିନାଥ ସାହୁ, ଶାନ୍ତନୁ ପଣ୍ଡା, ଜିଲ୍ଲା ଉପସଭାପତି ଦିନ ବନ୍ଧୁ ବେହେରା, ସମରା ପଞ୍ଚାୟତ ସଭାପତି ଭ୍ରମର ସେଠ, ପ୍ରେମାନନ୍ଦ ସାହୁ, ବାଲି ଭୋଇ, ସୁବାଷ ବେହେରା, ବିଜେପି ସଇଁନ୍ତଲା ମଣ୍ଡଳ ସଂଯୋଜକ କରୁଣା କର ପସାୟତ, ଦୁଃଖି ରାମ ରଣା, ଦଇତାରି ଭୋଇ, ରିତେଶ ବେହେରା ପ୍ରମୁଖ ଉପସ୍ଥିତ ଥିବା ବେଳେ ଓବିଶି ମୋର୍ଚ୍ଚା ସଭାପତି ବିମ୍ବାଧର ସାହୁ ସଭାପରିଚାଳନା କରିଥିବା ବେଳେ ଶେଷରେ ବିଜେପି ନେତା ପ୍ରେମାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକାଶ ଥାଉକି ଯେ, ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତିକ ଦଳ ମଧ୍ୟରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହେଲାଣି । ଗାଁ ଗାଁରେ ଏବେ ବିଜେପିର ସାଙ୍ଗଠନିକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିବା ବେଳେ ଆଜି ସଇଁନ୍ତଲା ବ୍ଳକ ସର୍ଗିପାଲି ଗାଁରେ ବିଜେପି ଦଳ ମଧ୍ୟ ତାର କର୍ମୀମାନଙ୍କୁ ନେଇ ବ୍ଲୁ ପ୍ରିଣ୍ଟ ଆରମ୍ଭ କରିଥିବା ବେଳେ ବିଜେପିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
ତେବେ ପୂର୍ବରୁ ସଇଁନ୍ତଲା ବଲାଙ୍ଗିର ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଥିଲା । ଏଠାରୁ ରମେଶ ଚନ୍ଦ୍ର ସିଂ ଭୋଇ, ସୁବାଷ ଚନ୍ଦ୍ର ବାଗ, କୃଷ୍ଣଚନ୍ଦ୍ର ପଣ୍ଡା, ରାଧାକାନ୍ତ ପଣ୍ଡା, ସୁରେନ୍ଦ୍ର ସିଂ ଭୋଇ, ଜଜେ୍ଞଶ୍ୱର ବାବୁ, କଲିକେଶ ନାରାୟଣ ସିଂଦେଓ ପ୍ରମୁଖ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି । ତେଣୁ କରି ସଇଁନ୍ତଲାର ଏକ ସ୍ଵତନ୍ତ୍ର ପ୍ରାଧାନ୍ୟତା ରହିଛି । ସୂଚନା ମତେ, ଗତ ୨୦୦୯ ମସିହାରେ ସଇଁନ୍ତଲା ବିଧାନସଭା ନିର୍ବାଚନ ମଣ୍ଡଳୀ ଟିଟିଲାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜୟ ଘଟିଥିଲା । ଗତ ୨୦୧୭ ମସିହା ପଞ୍ଚାୟତ ନିର୍ବାଚନରେ ପ୍ରଥମ ଥର ପାଇଁ କଂଗ୍ରେସ ଏବଂ ଶାସନ ବିଜେଡିକୁ ମାତ ଦେଇ ବିଜେପି ଏଠାରେ ସମସ୍ତ ୩ଟି ଜିଲ୍ଲା ପରିଷଦ ଆସନ ଦଖଲ କରିଥିଲା । ତେଣୁ କରି ଏଥର ମଧ୍ୟ ପୁଣି ଥରେ ବିଜେପି ଏଠାରେ ନିଜ ଗଡ଼ ରକ୍ଷା କରିବ ବୋଲି ଆଶାବାଦୀ ରହିଥିବା ବେଳେ ବିଜେପି ବିଧାୟକ ପ୍ରାର୍ଥି ତଥା ବରିଷ୍ଠ ନେତା ମହେନ୍ଦ୍ର ଠାକୁର ମଧ୍ୟ କହିଛନ୍ତି ଯେ, ବିଜେପିର ନିଶ୍ଚିତ ଭାବେ ସଙ୍ଗଠନ ସୁଦୃଢ ହେବା ସହ ଲୋକଙ୍କ ସମର୍ଥନ ଦଳ ଉପରେ ରହିବା ସହ ବିଜେପିର ବିଜୟ ବାନା ଉଡିବ ବୋଲି କହିଛନ୍ତି । ଅନ୍ୟପଟେ ସଇଁନ୍ତଲା ବ୍ଳକରେ ବିଭିନ୍ନ ଗ୍ରାମରେ ବିଜେପି ପକ୍ଷରୁ ଆଗୁଆ ସଭା ସମିତି, ସାକ୍ଷାତ ଆଲୋଚନାକୁ ଜୋରଦାର କରାଯାଇଛି । ୨୦୧୪ ମସିହାରେ ନିର୍ବାଚନରେ ପରାଜିତ ବିଧାୟକ ପ୍ରାର୍ଥି ମହେନ୍ଦ୍ର କୁମାର ଠାକୁର ଏଥର ପୁଣି ମଙ୍ଗୁଆଲ ସାଜି ବିଭିନ୍ନ ପଞ୍ଚାୟତରେ ସଭା ସମିତି ଆୟୋଜନ କରି ଲୋକଙ୍କ ନିକଟତର ହେବାକୁ ପ୍ରୟାସ ଜାରି ରଖିଥିବା ଜଣାପଡିଛି । ତେବେ ଶ୍ରୀ ଠାକୁରଙ୍କ ଉଦ୍ୟମରେ ୨୦୧୭ ମସିହା ପଞ୍ଚାୟତ ନିର୍ବାଚନରେ ଶାସନ ବିଜେଡି ଦଳ ବ୍ୟାପକ ପ୍ରସାର ପ୍ରଚାର ସତ୍ତ୍ୱେ ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଟିଟିଲାଗଡ଼, ସଇଁନ୍ତଲା ଓ ଗୁଡଭେଲା ବ୍ଲକରେ ବିଜେପି ପ୍ରଥମ ଥର ପାଇଁ ୮ଟିରୁ ୬ଟି ଜିଲ୍ଲା ପରିଷଦ ଆସନ ଦଖଲ କରିଥିଲା । ସଇଁନ୍ତଲା ଓ ଗୁଡଭେଲା ବ୍ଳକରେ ବିଜେପି ସମସ୍ତ ୫ଟି ଆସନ ଦଖଲ କରିଥିବା ବେଳେ ବିଧାୟିକା ଟୁକୁନି ସାହୁଙ୍କ ଜୋରଦାର ଉଦ୍ୟମ ସତ୍ତ୍ୱେ ଟିଟିଲାଗଡ଼ ବ୍ଳକର ୩ଟି ଜିଲ୍ଲା ପରିଷଦ ଆସନରୁ ବିଜେପି ଗୋଟିଏ ଦଳ ଆସନ ଦଖଲ କରିପାରିଥିଲା । ତେବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ଗତ ଥର କଂଗ୍ରେସ ହାତରେ ଥିବା ବେଳେ ବିଜେପି ଦଳ ଚଳିତ ପଞ୍ଚାୟତ ନିର୍ବାଚନରେ ଅଧ୍ୟକ୍ଷ ପଦ ନିଶ୍ଚିତ ଭାବେ ଦଖଲ କରିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ତେବେ କାହାର ମୁଣ୍ଡରେ ହାତୀ ସୁନାର କଳସ ଢ଼ାଳୁଛି ତାହାକୁ ନେଇ ଲୋକଙ୍କ ଅପେକ୍ଷା ରହିଛି ।

jittmm
Leave A Reply

Your email address will not be published.