oum

ନୂଆସାହି ପ୍ରାଥମିକ ବିଦ୍ୟାଳୟରେ ନୂତନ ପୋଷାକ ବିତରଣ

jsm

ଚୌଦ୍ୱାର : ଚୌଦ୍ୱାର ପୌରପାଳିକା ୧୭ ନଂ ୱାର୍ଡ ନୂଆସାହି ପ୍ରାଥମିକ ବିଦ୍ୟାଳୟରେ ନୂତନ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ଟୁକୁନୀ ହେମ୍ବ୍ରମଙ୍କ ପରିଚାଳନାରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କାଉନସିଲର ଆଶୁତୋଷ ଦାସ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ପିଲାମାନଙ୍କୁ ନୂତନ ପୋଷାକ ବଣ୍ଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିଆରସିସି ରାଜେଶ ନାୟକ, ପରିଚାଳନା କମିଟି ସଭାପତି ଆଲୋକ ସାହୁ, ଉପସଭାପତି ଅନାମୀ ପ୍ରଧାନ, ସଦସ୍ୟ ନିର୍ମଳା ସାହୁ, ମମତା ସାହୁ, ଜାନୁ ସାହୁ, ପିଙ୍କି ପ୍ରଧାନ, ପ୍ରମୋଦ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବତନ ସଭାପତି ପ୍ରହଲ୍ଲାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.