jayashree

ବିଶ୍ୱ ନାଟ୍ୟ ଦିବସରେ ନାଟକ ନାଗରବର ମଞ୍ଚସ୍ଥ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବିଶ୍ୱ ନାଟ୍ୟ ଦିବସରେ ସ୍ଥାନୀୟ ଆଇନ ମହାବିଦ୍ୟାଳୟରେ ଭୂମିକା ପରିବାର ପକ୍ଷରୁ ନାଟକ ନାଗରବର ମଞ୍ଚସ୍ଥ ହୋଇଛି । ଯେତେବେଳେ ରାଜ୍ୟର ରାଜା ନିଜ କର୍ତ୍ତବ୍ୟକୁ ତୁଲାଇବାରେ ପଥଭ୍ରଷ୍ଟ ହୁଏ, ସେତେବେଳେ ଅଧସ୍ତନ ବଡବାବୁମାନେ କିପରି ସ୍ବେଚ୍ଛାଚାରୀ ଶାସନ କରି ରାଜ୍ୟ ଓ ରାଜ୍ୟବାସୀଙ୍କୁ ବିପଦକୁ ଠେଲି ଦିଅନ୍ତି । କିନ୍ତୁ କିଛି ସଚ୍ଚୋଟ କର୍ମଚାରୀ ଓ ନାଗରିକ ନିଜର ଉଦ୍ୟମକ୍ରମେ ବଡବାବୁ ମାନଙ୍କ ଷଡ଼ଯନ୍ତ୍ରକୁ ପଣ୍ଡ କରିବା ସହିତ ରାଜାଙ୍କୁ ପୁଣିଥରେ ପ୍ରଜାବତ୍ସଳ ଓ କର୍ତ୍ତବ୍ୟ ପରାୟଣ କରିଛନ୍ତି ତାହା ନାଟକ ମାଧ୍ୟମରେ ଅତି ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି । ଏହି ନାଟକଟି ବସନ୍ତ ସବନିସ ନାମକ ମୂଳ ମରାଠୀ ନାଟକ ହୋଇଥିବା ବେଳେ ଚିତ୍ତରଞ୍ଜନ ଦାଶ ଏହାର କୋଶଲି ରୂପାନ୍ତର କରିଛନ୍ତି । ନିର୍ଦେଶନା ରାମଚନ୍ଦ୍ର ସାହୁ ଓ ଚିତ୍ତରଞ୍ଜନ ଦାଶ କରିଛନ୍ତି । ଗୀତରଚନା କରିଛନ୍ତି ଶାନ୍ତନୁ ପୁରୋହିତ । ସେହିପରି ଡା ମନୋରଞ୍ଜନ ଦାଶ, ଅଖିଳ ହୋତା, ଜିତେନ୍ଦ୍ରିୟ ତ୍ରିପାଠୀ, ମିଲନ ସାହୁ, ମନୋରଞ୍ଜନ ପଟେଲ, ମଧୁମିତା ନାଏକ ପ୍ରମୁଖ ବିଭିନ୍ନ ଭୂମିକାରେ କଳା ପ୍ରଦର୍ଶନ କରିଥିଲେ । ବର୍ତ୍ତମାନ ପରପ୍ରେକ୍ଷିରେ ରାଜ୍ୟ ରାଜନୀତିକୁ ନାଟକ ଟି ଠିକ ସୁହାଉଥିବା ବେଳେ ମଞ୍ଚ ତଥା ଉଚ୍ଚ କୋଟିର କଳାକାରି ଦର୍ଶକଙ୍କୁ ବେଶ ମୁଗ୍ଧ କରିଥିଲା ।

Leave A Reply

Your email address will not be published.