pr

ସିରଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ବିଷୁବ ମିଳନ କାର୍ଯ୍ୟକ୍ରମ ଆୟୋଜିତ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁରରେ ସୂର୍ଯ୍ୟନଗର ସ୍ଥିତ ବ୍ରହ୍ମ କୁମାରୀ ମଣ୍ଡପରେ ସିରଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ବିଷୁବ ମିଳନ କାର୍ଯ୍ୟକ୍ରମ ସଭାପତି ରାଜୁ ଘିବେଲାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟବକ୍ତା ରୂପେ ଡ ସରୋଜ କୁମାର ନାୟକ ବିଷୁବ ମିଳନ ବିଷୟରେ ଏକ ସାରଗର୍ଭକ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଡ ପ୍ରମୋଦ କୁମାର ପାଢ଼ୀ ସମ୍ମାନିତ ଅତିଥି ଡ ଦେବାଶିଷ ରଥ ଓ ଅଜିତ ଶତପଥୀ ଯୋଗଦାନ କରିଥିଲେ । ନାଟ୍ୟକାର ଅଶୋକ ବହିଦାର ଓ ରାଜେନ୍ଦ୍ର କୁମାର ମହାନ୍ତିଙ୍କ ସଂଯୋଜନାରେ କବିତା ପାଠୋଉତ୍ସବ ଅନୁଷ୍ଠିତ ହୋଇଥିଲା । ସୁଶ୍ରୀ ଜିତେଶ୍ୱରୀ ଦାଶ କାର୍ଯ୍ୟକାରୀ ସଭାପତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମ କୁମାରୀ ମୁନକି ଦାଶ ପ୍ରତିମା ବାରିକ ସ୍ଵର୍ଣ୍ଣକାନ୍ତି ପତି, ଅଚ୍ୟୁତା ନନ୍ଦ ସେଠ, ଆଶିଷ ବଇ କାର, ଗିରିଧାରୀ ସାହୁ, ଜୟ କେତନ ତ୍ରିପାଠୀ, ନରୋତ୍ତମ ଦାଶ, ବାଳମୁକୁନ୍ଦ ନିଆଲ, ପୌଲସ୍ତ୍ୟ ସାହା, ଭୋଜରାଜ ଭୋଇ, ସୁଶାନ୍ତ ମହାପାତ୍ର ପ୍ରମୁଖ କବି କବିତା ପାଠ କରିଥିଲେ । ଏହି ଅବସରେ ଅଧ୍ୟାପକ ସନ୍ତୋଷ ସିଂହ ଠାକୁରଙ୍କୁ ସିରଜିନା ବିଷୁବ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଶେଷରେ ସାଂସ୍କୃତିକ ସମ୍ପାଦକ ଡ଼ ଅବନୀ କାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.