pr

ବିଜେପି ବସ୍ତି ଅଭିଯାନ ତରଫରୁ ରାଉରକେଲା ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ବିପୁଳ ସମ୍ବର୍ଦ୍ଧନା

dr. purohit

ରାଉରକେଲା, (ସସ୍ମିତା ପ୍ରଧାନ) : ବିଜେପି ବସ୍ତି ଅଭିଯାନର ଦାୟିତ୍ୱରେ ଥିବା ଜିଲ୍ଲା ସଂପାଦକ ସୂର୍ଯ୍ୟକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଆଜି ଶତାଧିକ ବସ୍ତିବାସିନ୍ଦା ଏକ ବିରାଟ ଶୋଭା ଯାତ୍ରାରେ ରାଉରକେଲା ସ୍ଥିତ କଲ୍ୟାଣୀ ଭବନରେ ପହଞ୍ଚିଥିଲେ । ସେମାନେ ରାଉରକେଲା ବିଜେପି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ବିରାଟ କାୟ ପୁଷ୍ପମାଳ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଥିଲେ । ସମସ୍ତେ ଏକ ସ୍ଵରରେ ଜୟ ଶ୍ରୀରାମ ନାରା ଦେବା ସହିତ ବିଜେପି ଜିନ୍ଦାବାଦ୍‌ ନାରା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସସ୍ମିତା ସାହୁ, ରାଧେ ନାଗ, କନକଲତା ଦାସ, ସ୍ୱାଧିନ ମହାନ୍ତି, ଦୀପକ ଦେହୁରୀ, ଆଶିଷ ସିଂ, ସୁଶିଳା ଶର୍ମା, ରୁପେଶ ସିଂ, ସବିତା ମଣ୍ଡଲ, ଅନ୍ନପୂର୍ଣ୍ଣା ଧଳଙ୍କ ସମେତ ଶତାଧିକ ଅଂଶ ଗ୍ରହଣ କରିଥିଲେ । ସମସ୍ତେ ଏକ ସ୍ଵରରେ ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ବିଜୟୀ କରିବା ପାଇଁ ଦୃଢ଼ ପରିକର ବୋଲି ଘୋଷଣା କରିଥିଲେ

nrusinghnath
Leave A Reply

Your email address will not be published.