jayashree

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ-ବିଜ୍ଞାନ ମେଳା-୨୦୨୩ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା ପ୍ରଥମ ଶ୍ରେଣୀଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନରତ ଶିଶୁମାନଙ୍କୁ ନେଇ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର କୁମାର ବେହେରା ମୁଖ୍ୟଅତିଥି ରୂପେ ଯୋଗଦେଇ ପ୍ରକଳ୍ପ ଉଦ୍‌ଘାଟନ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂକୁଳ ପ୍ରମୁଖ ଜେ. କୁର୍ମାରାଓ, ବିଦ୍ୟାଳୟର ସଭାପତି ଉପେନ୍ଦ୍ର ମହାନ୍ତି, ସମ୍ପାଦକ ପଦ୍ମଚରଣ ସାହୁ, କୋଷାଧ୍ୟକ୍ଷ ଏ.ରାବଣା ରାଓ ପ୍ରମୁଖ ଯୋଗଦେଇ ଶିଶୁଙ୍କୁ ଉତ୍ସାହିତ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ୍ ଜଗନ୍ନାଥ ପଣ୍ଡା, କବି ତଥା ଆଇନଜୀବୀ ପ୍ରଶାନ୍ତ ଶତପଥୀ, ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ ଆଦି ବହୁ ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷକ, ଶିକ୍ଷୟତ୍ରୀ, କଳାପ୍ରେମୀ, ମୂର୍ତ୍ତୀ କାରିଗରମାନେ ବିଚାରକ ଭାବେ ଯୋଗଦେଇ ପ୍ରାୟ ୩୧୪ ପ୍ରକଳ୍ପର ମୂଲ୍ୟାଙ୍କନ କରିଥିଲେ । ଏହି ବିଜ୍ଞାନ ମେଳାରେ ଶିଶୁମାନେ ଗଣିତ, ବିଜ୍ଞାନ ଏବଂ ଲୋକକଳା, ସଂସ୍କୃତି ଆଧାରିତ ବିଭିନ୍ନ ପ୍ରକଳ୍ପ, ପ୍ରୟୋଗ, ପତ୍ରବାଚନ, ଲୋକନୃତ୍ୟ, ମୂର୍ତ୍ତୀନିର୍ମାଣ ଆଦି ବିଷୟକୁ ନେଇ ପ୍ରତିଯୋଗିତା ହୋଇଥିଲା । ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଆଚାର୍ଯ୍ୟ କୈଳାସ ଚନ୍ଦ୍ର ଶତପଥୀ ବିଜ୍ଞାନ ମେଳାର ବୃତ ପଠନ କରିଥିବା ବେଳେ କୃତି ଶିଶୁମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଟି. ସୁରେଶ ଆଚାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଅଭିଭାବକ, ଅଭିଭାବିକା, ଆଚାର୍ଯ୍ୟ, ଆଚାର୍ଯ୍ୟା, ସେବକ, ସେବିକା ସହେଯାଗ କରିଥିଲେ ।

Leave A Reply

Your email address will not be published.